ବିହାରରେ ଲୁ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କଲା : ନୀତିଶ କୁମାରଙ୍କ ଜରୁରୀ କାଳୀନ ବୈଠକ

Published: Jun 21, 2019, 12:38 pm IST

ବିହାରରେ ଲୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିବା ପରେ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟର ବିପର୍ଯ୍ୟୟ ପରିଚାଳନା କମିଟି ସହିତ ନୀତିଶ କୁମାର ଏହି ବୈଠକ କରିଥିଲେ। ବର୍ତ୍ତମାନ ସୁଦ୍ଧା ଔରଙ୍ଗାବାଦରେ ୫୮ ଜଣ ପ୍ରାଣ ହରାଇଥିବା ବେଳେ ଗୟାରେ ୩୯ ଏବଂ ନଓ୍ବାଡାରେ ୧୪ ଜଣ ଲୁ ପ୍ରଭାବରେ ପ୍ରାଣ ହରାଇଛନ୍ତି। ବିହାର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଲୁର ପ୍ରଭାବ ଆହୁରି ଦୁଇ ଦିନ ରହିବ। କେଉଁ ଅଞ୍ଚଳରେ କଣ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି ତା ଉପରେ ଅଧିକାରୀଙ୍କ ନିକଟରୁ ବୁଝିଥିଲେ ନୀତିଶ କୁମାର।

Related posts