Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ
ଆଜିର ଖବର

ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ

April 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି। ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ କରାଯାଇଛି। ପାଖାପାଖି ୧୧,୨୦୦ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି ଯାହାକି ପ୍ରାପ୍ତ ମୋଟ ଅନୁରୋଧର ୧୫% ଏବଂ ୧୦,୮୧୯ଟି ଆବେଦନ ଅବୈଧ କିମ୍ବା ନକଲି ହୋଇଥିବାରୁ ବାତିଲ କରାଯାଇଥିଲା। ୭ ଏପ୍ରିଲ ୨୦୨୪ ସୁଦ୍ଧା ଉପଲବ୍ଧ ବିବରଣୀ ଅନୁଯାୟୀ, ଅବଶିଷ୍ଟ ଆବେଦନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି।

ତାମିଲନାଡ଼ୁ (୨୩,୨୩୯), ପଶ୍ଚିମବଙ୍ଗ (୧୧,୯୭୬) ଏବଂ ମଧ୍ୟପ୍ରଦେଶ (୧୦,୬୩୬) ରୁ ସର୍ବାଧିକ ଅନୁରୋଧ ଆସିଥିଲା। ଚଣ୍ଡିଗଡ଼ (୧୭), ଲାକ୍ଷାଦ୍ୱୀପ (୧୮) ଏବଂ ମଣିପୁର (୨୦) ରୁ ସର୍ବନିମ୍ନ ଅନୁରୋଧ ଆସିଥିଲା। ପ୍ରାପ୍ତ ରାଜ୍ୟଭିତ୍ତିକ ଆବେଦନଗୁଡ଼ିକୁ ନିମ୍ନ ସଂଲଗ୍ନକ ଏ’ରେ ଉଲ୍ଲେଖ କରାଯାଇଛି।

ବାଧାମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ଗଣତାନ୍ତ୍ରିକ ନୀତିକୁ ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ବିକଶିତ ଏକ ବୈଷୟିକ ସମାଧାନ ହେଉଛି ସୁବିଧା ପୋର୍ଟାଲ। ପ୍ରଭାବଶାଳୀ ଟ୍ରାକ୍ ରେକର୍ଡ ପ୍ରଦର୍ଶନ କରି ସୁବିଧା ପୋର୍ଟାଲ ନିର୍ବାଚନ ସମୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଠାରୁ ଅନୁମତି ଏବଂ ସୁବିଧା ପାଇଁ ଅନୁରୋଧ ପାଇବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାକୁ ସରଳ କରିଥିଲା।

ନିର୍ବାଚନ ପ୍ରଚାର ସମୟର ଗୁରୁତ୍ୱକୁ ସ୍ୱୀକାର କରି, ଯେଉଁଠାରେ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି, ସୁବିଧା ପୋର୍ଟାଲ ଫାଷ୍ଟ ଇନ୍ ଫାଷ୍ଟ ଆଉଟ୍ ବା ପ୍ରଥମେ ଆସିଥିବା ଆବେଦନକୁ ପ୍ରାଥମିକତା ନୀତିରେ ସ୍ୱଚ୍ଛ ଭାବରେ ବିଭିନ୍ନ ପ୍ରକାରର ଅନୁମତି ଅନୁରୋଧକୁ ପୂରଣ କରିଥାଏ। ଏଥିରେ ଶୋଭାଯାତ୍ରା ଆୟୋଜନ, ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ଖୋଲିବା, ଘର ଘର ବୁଲି ପ୍ରଚାର, ଭିଡିଓ ଭ୍ୟାନ୍, ହେଲିକପ୍ଟର, ଗାଡି ପରମିଟ୍ ପାଇବା, ପ୍ରଚାରପତ୍ର ବଣ୍ଟନ ପାଇଁ ଅନୁମତି ରହିଛି।

ସୁବିଧା ପୋର୍ଟାଲ ବିଷୟରେ- ଇସିଆଇ ଆଇଟି ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ
ସୁବିଧା ପୋର୍ଟାଲ (https://suvidha.eci.gov.in) ଜରିଆରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ଅନଲାଇନରେ ଅନୁମତି ଆବେଦନପତ୍ର ଦାଖଲ କରିପାରିବେ। ଏହାବ୍ୟତୀତ, ସମସ୍ତ ଅଂଶୀଦାରଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଅଫଲାଇନ୍ ଆବେଦନପତ୍ର ଦାଖଲ ବିକଳ୍ପ ଉପଲବ୍ଧ।

ଏକ ମଜବୁତ ଆଇଟି ପ୍ଲାଟଫର୍ମ ଦ୍ୱାରା ସମର୍ଥିତ, ବିଭିନ୍ନ ରାଜ୍ୟ ବିଭାଗର ନୋଡାଲ ଅଧିକାରୀଙ୍କ ଦ୍ୱାରା ପରିଚାଳିତ, ସୁବିଧା ପୋର୍ଟାଲ ଅନୁମତି ଅନୁରୋଧଗୁଡିକର ଦକ୍ଷ ପ୍ରକ୍ରିୟାକରଣର ସୁବିଧା ପ୍ରଦାନ କରେ। ସୁବିଧାର ଏକ ସାଥୀ ଆପ୍ ମଧ୍ୟ ଅଛି ଯାହା ଆବେଦନକାରୀଙ୍କୁ ରିୟଲ ଟାଇମରେ ସେମାନଙ୍କ ଅନୁରୋଧର ସ୍ଥିତି ଟ୍ରାକ୍ କରିବାକୁ ସକ୍ଷମ କରେ, ଏହି ପ୍ରକ୍ରିୟାରେ ଅଧିକ ସୁବିଧା ଏବଂ ସ୍ୱଚ୍ଛତା ଯୋଡିଥାଏ। ଏହି ଆପ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ।

ସୁବିଧା ପ୍ଲାଟଫର୍ମ କେବଳ ନିର୍ବାଚନ ପ୍ରକ୍ରିୟାର ଦକ୍ଷତା ବୃଦ୍ଧି କରେ ନାହିଁ ବରଂ ଏସ୍ଏମ୍ଏସ୍ ମାଧ୍ୟମରେ ଆପ୍ଲିକେସନ୍, ଷ୍ଟାଟସ୍ ଅପଡେଟ୍, ଟାଇମ୍ ଷ୍ଟାମ୍ପଡ୍ ସବ୍ମିଶନ ଏବଂ ଯୋଗାଯୋଗର ରିୟଲ୍ ଟାଇମ୍ ଟ୍ରାକିଂ ପ୍ରଦାନ କରି ସ୍ୱଚ୍ଛତାକୁ ସୁନିଶ୍ଚିତ କରିଥାଏ।

ଏହାବ୍ୟତୀତ ପୋର୍ଟାଲରେ ଉପଲବ୍ଧ ଅନୁମତି ତଥ୍ୟ ନିର୍ବାଚନ ଖର୍ଚ୍ଚ ଯାଞ୍ଚ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରେ, ଯାହା ନିର୍ବାଚନ ପ୍ରକ୍ରିୟାରେ ଅଧିକ ଉତ୍ତରଦାୟିତ୍ୱ ଏବଂ ସଚ୍ଚୋଟତା ସୁନିଶ୍ଚିତ କରେ।

ସୁବିଧା ପ୍ଲାଟଫର୍ମ ଜରିଆରେ ଭାରତର ନିର୍ବାଚନ ଆୟୋଗ ଏକ ନିରପେକ୍ଷ, ଦକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ପରିବେଶକୁ ସୁଗମ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି, ଯେଉଁଠାରେ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଆବଶ୍ୟକ ଅନୁମତି ଏବଂ ମଞ୍ଜୁରୀ ସମାନ ଭାବରେ ଉପଲବ୍ଧ ହୋଇଛି।

ସାଧାରଣ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ସୋଆ କପ୍ ୨୦୨୬ ଉଦ୍‌ଘାଟିତ

November 17, 2026

ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ହାଇଆଲର୍ଟ! ୨ ଦିନ ସ୍କୁଲ ଛୁଟି, ୪ ଦିନ ପାଇଁ ଜିଲ୍ଲାୱାରୀ ସତର୍କତା

November 17, 2026
Latest News

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ସୋଆ କପ୍ ୨୦୨୬ ଉଦ୍‌ଘାଟିତ

November 17, 2026

ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ହାଇଆଲର୍ଟ! ୨ ଦିନ ସ୍କୁଲ ଛୁଟି, ୪ ଦିନ ପାଇଁ ଜିଲ୍ଲାୱାରୀ ସତର୍କତା

November 17, 2026

କ୍ୱାଡ୍ ବୈଠକରେ ଟ୍ରମ୍ପଙ୍କ ବଡ଼ ବୟାନ, ମୋଦିଙ୍କୁ କହିଲେ ଦୃଢ଼ ନେତା

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.