ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଉପରେ ଆକ୍ରମଣ ଯୋଜନାରୁ ନିବୃତ ରହିଛନ୍ତି। ଗତକାଲି ହେରମୁଜ୍ରେ ଏକ ଆମେରିକୀୟ ଡ୍ରୋନ୍କୁ ଇରାନ୍ ନଷ୍ଟ କରିଦେବା ପରେ ଇରାନ୍ ଉପରେ ଆକ୍ରମଣର ନିଷ୍ପତ୍ତି ନେଇଥିଲା ଆମେରିକା। ମାତ୍ର ଆକ୍ରମଣର ଏକ ଘଣ୍ଟା ପୂର୍ବରୁ ଟ୍ରମ୍ପ ଆକ୍ରମଣ ନ କରିବାର ନିଷ୍ପତ୍ତି ନେଇଥିଲେ ବୋଲି ପେଣ୍ଟାଗନ୍ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଇରାନ୍ର ଦକ୍ଷିଣ ତଟରେ ଆମେରିକୀୟ ନୌସେନାର ଆରକ୍ୟୁ-୪ ଡ୍ରୋନ୍କୁ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କପ୍ସ ପକ୍ଷରୁ ନଷ୍ଟ କରି ଦିଆଯାଇଥିଲା। ଏହାକୁ ଇରାନ୍ର ଏକ ବଡ ଭୁଲ୍ ବୋଲି ଅଭିହିତ କରି ଟ୍ରମ୍ପ ଆକ୍ରମଣର ଘୋଷଣା କରିଥିଲେ। ଆମେରିକୀୟ ଡ୍ରୋନ୍ର ଉପସ୍ଥିତି ଗୁପ୍ତଚର କାର୍ଯ୍ୟରେ ଉପଲବ୍ଧ ବୋଲି ତେହେରାନ୍ ପକ୍ଷରୁ କୁହାଯାଇଛି।