Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଆଡ଼େ ଗଲେ ବିଜେପି ସାଂସଦ ବରୁଣ ଗାନ୍ଧୀ?, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ମଧ୍ୟ ଆସିଲେନାହିଁ ନଜର
ଆଜିର ଖବର

କୁଆଡ଼େ ଗଲେ ବିଜେପି ସାଂସଦ ବରୁଣ ଗାନ୍ଧୀ?, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ମଧ୍ୟ ଆସିଲେନାହିଁ ନଜର

April 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପିଲିଭୀତରେ ପହଞ୍ଚିଛନ୍ତି। ଏହି ସମୟରେ ସେ ୟୁପି ସରକାରଙ୍କ ଲୋକନିର୍ମାଣ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଜିତିନ ପ୍ରସାଦଙ୍କ ସପକ୍ଷରେ ପିଲିଭୀତ ଡ୍ରମଣ୍ଡ ଇଣ୍ଟର କଲେଜ ପଡିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। କିନ୍ତୁ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ବିଷୟରେ ଏବେ ବି ପ୍ରଶ୍ନ ଉଠିଛି। କାରଣ ତାଙ୍କୁ ଏହି ମଞ୍ଚରେ ମଧ୍ୟ ଦେଖାଯାଇ ନଥିଲା।

ପିଲୀଭୀତରୁ ବିଜେପି ଜିତୁ ପ୍ରସାଦଙ୍କୁ ବରୁଣ ଗାନ୍ଧୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। କିନ୍ତୁ ଟିକେଟ୍ ଦିଆଯିବା ପରଠାରୁ ସେ ନିଖୋଜ ଅଛନ୍ତି। ସେ ଏପର୍ଯ୍ୟନ୍ତ କୌଣସି ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି କିମ୍ବା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିନାହାଁନ୍ତି। ସେ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାଧାରଣ ସଭାରୁ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ମଧ୍ୟ ଦେଖିବାକୁ ମିଳି ନଥିଲା। ବରୁଣ ଗାନ୍ଧୀ ଦୁଇଥର ପିଲିଭୀତରୁ ସାଂସଦ ହୋଇଛନ୍ତି, କିନ୍ତୁ ଏଥର ତାଙ୍କ ଟିକେଟ୍ ଦଳ ବାତିଲ କରିଛି।

ବରୁଣ ଗାନ୍ଧୀ କେଉଁଠାରେ ଅଛନ୍ତି?:

ତେବେ ଯେତେବେଳେ ବରୁଣ ଗାନ୍ଧୀଙ୍କ ମା’ ଏବଂ ସୁଲତାନପୁର ବିଜେପି ପ୍ରାର୍ଥୀ ମନେକା ଗାନ୍ଧୀଙ୍କୁ ବରୁଣ ଗାନ୍ଧୀଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ‘ବରୁଣ ଗାନ୍ଧୀ ଏବଂ ତାଙ୍କ ସ୍ତ୍ରୀ ଅସୁସ୍ଥ, ଦୁହେଁ ବିଶ୍ରାମ ନେଉଛନ୍ତି।’ କିନ୍ତୁ ଏହା ପରେ ମଧ୍ୟ ବରୁଣ ଗାନ୍ଧୀଙ୍କୁ ନେଇ ରାଜନୈତିକ ପ୍ରଶ୍ନ ଉଙ୍କି ମାରୁଛି ଏବଂ ଏହି ଅଞ୍ଚଳ ତଥା ଦଳ ଦ୍ଵାରା ସେ ସୃଷ୍ଟି କରିଥିବା ଦୂରତା ବହୁ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ, ଏହି ରାଲି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ତରାଇ ଜିଲ୍ଲା ନିକଟସ୍ଥ ଲୋକସଭା ଆସନ ପାଇଁ ନିର୍ବାଚନ ଲାଭ ଉଠାଇବାକୁ ଚେଷ୍ଟା କରିଛନ୍ତି। ଏହି ଆସନଗୁଡ଼ିକରେ ବରେଲି, ଶାହାଜାହାନପୁର, ବଦାୟୁଁ ଏବଂ ଲଖୀମପୁର ଏବଂ ଧୌରହରା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀଙ୍କ ମଞ୍ଚରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ପ୍ରକାଶ ଯେ ପ୍ରଥମ ପର୍ଯ୍ୟାୟରେ ଏହି ସିଟ୍ ଉପରେ ଭୋଟ୍ ଏପ୍ରିଲ ୧୯ ତାରିଖରେ ହେବ।

Elections 2024 Lok Sabha Elections Lok Sabha Elections 2024 UP news
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.