Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ
ଆଜିର ଖବର

ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

April 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି।

ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଂଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ସେ ନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ।

ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇ ପରେ ଏହି ରାକ୍ଷାସ କବଳରୁ ମୁକୁଳି ପାରିଥିଲେ ତାହା ବର୍ଣ୍ଣନା କରିଥିଲେ।

ଏହି ପିଲାମାନେ ରେଡ଼ିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ। ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ ଏଭଳି ରେଡ଼ିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ। ଏହି ମାଧ୍ୟମ ଦ୍ୱାରା ଆମେ ଏଭଳି ପିଲାମାନଙ୍କୁ ଉତମ ମଣିଷ ହେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପିଲାମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ କରିଥିଲେ।

ସୋଆ କମ୍ୟୁନିଟି ରେଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଧୁନିକୀକରଣ କାର୍ଯ୍ୟ ହେତୁ ପୁନଃସଂଶୋଧନ ହେଲା ଟ୍ରେନ୍ ରୁଟ୍

December 10, 2025

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025
Latest News

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଧୁନିକୀକରଣ କାର୍ଯ୍ୟ ହେତୁ ପୁନଃସଂଶୋଧନ ହେଲା ଟ୍ରେନ୍ ରୁଟ୍

December 10, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.