ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି କାଳେଶ୍ବରମ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ମଧ୍ୟ ଉପସ୍ଥିତ ଥିଲେ । କୃଷି ପାଇଁ ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନାର ୭୦ ପ୍ରତିଶତ ଅଞ୍ଚଳକୁ ଜଳଯୋଗାଣ ସମ୍ଭବ ହୋଇପାରିବ ବୋଲି ଜଣାପଡିଛି । ଏହି ପ୍ରକଳ୍ପରୁ ଜଳଯୋଗାଣ କୃଷି, ପାନୀୟ ଜଳ ଏବଂ ଶିଳ୍ପ ସଂସ୍ଥାନ ଗୁଡିକୁ ଜଳ ଯୋଗାଣ ସମ୍ଭବ ହେବ ବୋଲି ଜଣାପଡିଛି । ଏହି ପ୍ରକଳ୍ପର ଉଦ୍ଘାଟନରେ ତେଲେଙ୍ଗାନା ରାଜ୍ୟପାଳ ଇଏସ୍ଏଲ୍ ନରସିଂହା ମଧ୍ୟ ଯୋଗ ଦେଇଥିଲେ । ୨୦୧୬ ମସିହାରେ ଏହି ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ।
Tags: