Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିର ସଙ୍କଳ୍ପ ପତ୍ର: ତିନି କୋଟି ଘର, ପାଇପ୍ ଯୋଗେ ଶସ୍ତା ରନ୍ଧନ ଗ୍ୟାସ୍, ଜାଣନ୍ତୁ ଆଉ କ’ଣ ରହିଛି ପ୍ରତିଶ୍ରୁତି
ଆଜିର ଖବର

ବିଜେପିର ସଙ୍କଳ୍ପ ପତ୍ର: ତିନି କୋଟି ଘର, ପାଇପ୍ ଯୋଗେ ଶସ୍ତା ରନ୍ଧନ ଗ୍ୟାସ୍, ଜାଣନ୍ତୁ ଆଉ କ’ଣ ରହିଛି ପ୍ରତିଶ୍ରୁତି

April 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସଂକଳ୍ପ ପତ୍ର ପ୍ରକାଶ କରିଛି। କେନ୍ଦ୍ରରେ ସରକାର ଗଠନ କରିବା ପରେ ଏହା ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବ ବୋଲି ବିଜେପି ପ୍ରତିଶୃତି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦଳର ‘ସଂକଳ୍ପ ପତ୍ର’ ବିକଶିତ ଭାରତର ଚାରୋଟି ମଜବୁତ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବ।

ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ। ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ। ମାଗଣାରେ ବିଜୁଳି ମିଳିବ। ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ।

ମୋଦୀ ଆହୁରୀ ମଧ୍ୟ ଘୋଷଣା କରିଛନ୍ତି ଯେ, ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇଦିଆଯିବ। ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ। ବଳକା ବିଜୁଳିର ପଇସା ମଧ୍ୟ ମିଳିବ। ‘ମୁଦ୍ରା ଯୋଜନା’ ଅଧିନରେ ଅର୍ଥ ରାଶିକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରାଯିବ।

୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରାଯିବ।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ସେମାନଙ୍କୁ ପିଏମ୍ ଆବାସ ଯୋଜନାରେ ପ୍ରାଥମିକତା ଦିଆଯିବ।

ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ।

ଏହାସହ ଜାରି ଥିବା ମାଗଣା ରାସନକୁ ଆହୁରି ୫ ବର୍ଷ ଯାଏଁ ବିତରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୋଦୀ।

ସର୍ବୋପରି ବିଜେପି ସରକାର ଗରୀବଙ୍କ ପେଟ ଓ ପକେଟ ଭରିବା ଉପରେ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

BJP Breaking News Lok Sabha Elections 2024 narendra modi pm modi
Share. Facebook Twitter LinkedIn Email WhatsApp Copy Link

Related Posts

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025
Latest News

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.