Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ଯକୃତ ରୋଗ ସମ୍ପର୍କରେ ସଚେତନତା ଏବଂ ଚିକିତ୍ସକଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ଯକୃତ ରୋଗ ସମ୍ପର୍କରେ ସଚେତନତା ଏବଂ ଚିକିତ୍ସକଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶୁକ୍ରବାର ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ ରୋଗ ଏବଂ ଏକ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଓପିଡିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଂଶଗ୍ରହଣ କରିଥିଲେ।

ଏମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ଚିକିତ୍ସା ନିମନ୍ତେ ମାସିକ ପ୍ରାୟ ୪ହଜାରରୁ ୫ ହଜାର ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ଶହ ରୋଗୀ ଯକୃତ ସମ୍ବନ୍ଧୀୟ ନାନା ସମସ୍ୟା ପାଇଁ ପରାମର୍ଶ ଲୋଡ଼ିଥାଆନ୍ତି। ସଚେତନ ହେଲେ ପ୍ରାୟ ନବେ ପ୍ରତିଶତରୁ ଅଧିକ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ବିଭାଗର ଅତିରିକ୍ତ ପ୍ରଫେସର୍ ଡ. ମାନସ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ମଦ୍ୟପାନରୁ ନକରିବା, ପ୍ରକ୍ରିୟାକୃତ ଏବଂ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା, ଆବଶ୍ୟକୀୟ ସ୍କ୍ରିନିଂ କରିବା, ହେପାଟାଇଟିସ୍ ବି ଟୀକାକରଣ ଏବଂ ନିୟମିତ ବ୍ୟାୟାମ କଲେ ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ଡ. ପାଣିଗ୍ରାହୀ କହିଛନ୍ତି।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ . ଆଶୁତୋଷ ବିଶ୍ୱାସଙ୍କ ଅନୁଯାୟୀ ଯକୃତ ରୋଗକୁ ରୋକିବାରେ ସୁସ୍ଥ ଜୀବନଶୈଳୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ ସହିତ ବିଭିନ୍ନ ଯକୃତ ରୋଗ ପାଇଁ ଡାକ୍ତରୀ ପରାମର୍ଶ ବିନା ବଜାରରେ ମିଳୁଥିବା ଏକାଧିକ ବିକଳ୍ପ ଔଷଧ କିମ୍ବା ସପ୍ଲିମେଣ୍ଟାରୀ ସେବନ ଅତ୍ୟନ୍ତ ବିପଦପୂର୍ଣ୍ଣ। ଏନେଇ ରୋଗୀଙ୍କୁ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ପରାମର୍ଶ ନେବାକୁ ଡ. ବିଶ୍ୱାସ ପରାମର୍ଶ ଦେଇଛନ୍ତି।
ଯକୃତ ସ୍ୱାସ୍ଥ୍ୟ ଏବଂ ରୋଗ ନିରାକରଣ ପାଇଁ ବିଭାଗର ପ୍ରତିବଦ୍ଧତାକୁ ଦର୍ଶାଇ ବିଭାଗୀୟ ମୁଖ୍ୟ ଡ. ସୁବାଷ ଚନ୍ଦ୍ର ସାମଲ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷର ବିଶ୍ୱ ଯକୃତ ଦିବସ ଥିମ୍, “ଆପଣଙ୍କର ଯକୃତକୁ ସୁସ୍ଥ ଏବଂ ରୋଗମୁକ୍ତ ରଖନ୍ତୁ”, ରହିଛି। ସଚେତନତା ସୃଷ୍ଟି କରିବା ଏବଂ ରୋଗୀମାନଙ୍କୁ ବିଶେଷ ଚିକିତ୍ସା ଯୋଗାଇବା ପାଇଁ ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଏହାର ନିରନ୍ତର ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ସପ୍ତାହର ପ୍ରତି ବୁଧବାର ଏହାର ପୁରୁଣା ରୋଗୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଯକୃତ ଓପିଡି ସଫଳତାର ସହିତ କାର୍ଯ୍ୟ କରୁଛି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.