
ନୂଆଦିଲ୍ଲୀ: ହେମକଣ୍ଡ ସାହିବ ଯାତ୍ରା ଚଳିତ ବର୍ଷ ମେ ୨୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଯାତ୍ରା ମାର୍ଗରୁ ବରଫ ହଟାଇବା କାମ ଆରମ୍ଭ ହୋଇଛି। ଏଥିପାଇଁ ଭାରତୀୟ ସେନା ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରା ପାଇଁ ପ୍ରସ୍ତୁତିର ମୁଖ୍ୟ କାର୍ଯ୍ୟ ହେଉଛି ଯାତ୍ରା ପଥରୁ ବରଫ ହଟାଇବା। ଏହି ସେବା କାର୍ଯ୍ୟ ଭାରତୀୟ ସେନା ଦ୍ୱାରା କରାଯାଇଥାଏ। ଗୁରୁଦ୍ୱାରକୁ ଯାଉଥିବା ରାସ୍ତାରୁ ବରଫ ହଟାଇବା କାମ ଶେଷ ହେବା ପରେ ହେମକୁଣ୍ଡ ସାହିବ ଯାତ୍ରା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ।