Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଚୟନ ହେଲା ଏଫଟିଆଇଆଇ ଛାତ୍ରଙ୍କ ଫିଲ୍ମ ‘‘ସନଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’
ଆଜିର ଖବର

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଚୟନ ହେଲା ଏଫଟିଆଇଆଇ ଛାତ୍ରଙ୍କ ଫିଲ୍ମ ‘‘ସନଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’

April 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫ୍ରାନ୍ସର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ‘ଲା ସିନେଫ୍’ ପ୍ରତିଯୋଗିତାମୂଳକ ବିଭାଗରେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର ଛାତ୍ର ଚିଦାନନ୍ଦ ନାଏକଙ୍କ ଗୋଟିଏ ଚଳଚ୍ଚିତ୍ର ‘‘ସନ୍ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ ମନୋନୀତ ହୋଇଛି। ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବିଭାଗଟି ମହୋତ୍ସବର ଏକ ମାନ୍ୟତାପ୍ରାପ୍ତ ବିଭାଗ ହୋଇଥିବା ବେଳେ ଏହା ବିଶ୍ୱବ୍ୟାପୀ ଚଳଚ୍ଚିତ୍ର ପ୍ରଶିକ୍ଷଣ ଅନୁଷ୍ଠାନର ଚଳଚ୍ଚିତ୍ରଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ।

ସମଗ୍ର ବିଶ୍ୱର ଚଳଚ୍ଚିତ୍ର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ମୋଟ ୨,୨୬୩ଟି ଚଳଚ୍ଚିତ୍ର ମଧ୍ୟରୁ ଚୟନ କରାଯାଇଥିବା ୧୮ଟି କ୍ଷୁଦ୍ର (୧୪ଟି ଲାଇଭ୍-ଆକ୍ସନ ଏବଂ ୪ଟି ଆନିମେଟେଡ୍ ଚଳଚ୍ଚିତ୍ର) ମଧ୍ୟରୁ ଏହି ଚଳଚ୍ଚିତ୍ରଟି ଅନ୍ୟତମ। କାନ୍ସର ‘ଲା ସିନେଫ୍’ ବିଭାଗରେ ଏହା ଏକମାତ୍ର ଭାରତୀୟ ଚଳଚ୍ଚିତ୍ର। ଆସନ୍ତା ମେ ୨୩ ତାରିଖରେ ବୁନୁଏଲ୍ ଥିଏଟରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପୂର୍ବରୁ ଆୟୋଜିତ ଏକ ସମାରୋହରେ ବିଚାରକ ମଣ୍ଡଳୀ ଲା ସିନେଫ୍ ପୁରସ୍କାର ପ୍ରଦାନ କରିବେ।

‘‘ସନ୍ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ ଗାଁର କୁକୁଡ଼ା ଚୋରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କ କାହାଣୀ, ଯାହା ସ୍ଥାନୀୟ ସମାଜକୁ ଅସ୍ତବ୍ୟସ୍ତ କରିଦେଇଥାଏ। କୁକୁଡ଼ାକୁ ଫେରାଇ ଆଣିବା ପାଇଁ ଭବିଷ୍ୟବାଣୀ କରାଯାଇ ବୃଦ୍ଧାଙ୍କ ପରିବାରକୁ ନିର୍ବାସନରେ ପଠାଯାଇଥାଏ।

ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ବର୍ଷିକିଆ ଟେଲିଭିଜନ ପାଠ୍ୟକ୍ରମର ଜଣେ ଛାତ୍ରଙ୍କ ଫିଲ୍ମ ଚୟନ କରାଯାଇଛି।

ସିନେମା ଏବଂ ଟେଲିଭିଜନ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ଅଭ୍ୟାସ ଭିତ୍ତିକ ସହ-ଶିକ୍ଷଣ ଆଭିମୁଖ୍ୟ ଉପରେ ଏଫଟିଆଇଆଇର ଅନନ୍ୟ ଶିକ୍ଷାଦାନ ଏବଂ ଗୁରୁତ୍ୱାରୋପ ଫଳରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଏହାର ପୂର୍ବତନ ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସିତ ହୋଇଛନ୍ତି।

ଏଫଟିଆଇଆଇର ଏହି ଚଳଚ୍ଚିତ୍ରଟି ଟିଭି ୱିଙ୍ଗ୍ ବର୍ଷିକିଆ କାର୍ଯ୍ୟକ୍ରମ ଦ୍ୱାରା ପ୍ରଯୋଜିତ ଅଟେ, ଯେଉଁଠାରେ ବିଭିନ୍ନ ବିଷୟ ଯଥା ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ ସିନେମାଟୋଗ୍ରାଫି, ସମ୍ପାଦନା, ସାଉଣ୍ଡ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ବର୍ଷ ଶେଷ ସମନ୍ୱିତ ଅଭ୍ୟାସ ଭାବରେ ଗୋଟିଏ ପ୍ରକଳ୍ପ ପାଇଁ ଏକାଠି କାମ କରିଥିଲେ। ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଚିଦାନନ୍ଦ ଏସ ନାୟକ, ସୁଟିଂ କରିଛନ୍ତି ସୁରଜ ଠାକୁର, ସମ୍ପାଦନା କରିଛନ୍ତି ମନୋଜ ଭି ଏବଂ ସାଉଣ୍ଡ ଦେଇଛନ୍ତି ଅଭିଷେକ କଦମ।

Cannes Film Festival
Share. Facebook Twitter LinkedIn Email WhatsApp Copy Link

Related Posts

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ସ୍ୱର ବଦଳାଇଲା ଆମେରିକା: ଭାରତ ସହିତ ସ୍ୱାକ୍ଷର କଲା ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି

October 31, 2025

ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

October 31, 2025

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ ଆପଣ ମାଗଣାରେ କେଉଁଠାରେ ଦେଖିପାରିବେ ମ୍ୟାଚ୍?

October 31, 2025
Latest News

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025

ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

October 31, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ସ୍ୱର ବଦଳାଇଲା ଆମେରିକା: ଭାରତ ସହିତ ସ୍ୱାକ୍ଷର କଲା ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି

October 31, 2025

ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

October 31, 2025

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ ଆପଣ ମାଗଣାରେ କେଉଁଠାରେ ଦେଖିପାରିବେ ମ୍ୟାଚ୍?

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.