
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ କ୍ରିକେଟ ବିଶ୍ବକପ୍ର ୨୮ ତମ ମ୍ୟାଚ୍ ଅନୁଷ୍ଠିତ ହେଉଛି। ସାଉଥାମ୍ପଟନ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଚଳିତ ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ମହମ୍ମଦ ସାମି। ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍ର ସମସ୍ତ ଖେଳାଳି ଟିମ୍ରେ ରହିଛନ୍ତି।