Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ତାରକ ମେହେଟ୍ଟା କା ଓଲଟା ଚଶମା’ ଅଭିନେତା ଗୁରୁଚରନ୍ ସିଂ ନିଖୋଜ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍
ଆଜିର ଖବର

‘ତାରକ ମେହେଟ୍ଟା କା ଓଲଟା ଚଶମା’ ଅଭିନେତା ଗୁରୁଚରନ୍ ସିଂ ନିଖୋଜ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

April 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଶମା’ରେ ରୋଶନ ସିଂ ସୋଢିଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଗୁରୁଚରନ୍ ସିଂ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ୫୦ ବର୍ଷୀୟ ଅଭିନେତାଙ୍କ ବାପା ପୋଲିସ ନିକଟରେ ଏକ ନିଖୋଜ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଅନୁଯାୟୀ ଗୁରୁଚରନ୍ ସିଂ ଏପ୍ରିଲ ୨୨ ତାରିଖ ସକାଳ ୮.୩୦ ରେ ମୁମ୍ବାଇ ଯିବାକୁ ବିମାନବନ୍ଦର ଛାଡିଥିଲେ। କିନ୍ତୁ ସେ ମୁମ୍ବାଇରେ ପହଞ୍ଚି ନଥିଲେ ଏବଂ ଫୋନ୍ ରେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା।

ପୋଲିସକୁ ସିସିଟିଭି ଫୁଟେଜ ମିଳିଛି

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଲଗା ଅଲଗା ଟିମ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରାଯାଉଛି। ପ୍ରକୃତରେ କ’ଣ ଘଟିଛି ଜାଣିବା ପାଇଁ ଆମେ ସିସିଟିଭି ଫୁଟେଜ୍ ଯାଞ୍ଚ କାରାଯାଉଛି। ସିସିଟିଭି ଫଟୋଗୁଡ଼ିକରେ ଗୁରୁଚରଣ ପାଦରେ ବୁଲୁଛନ୍ତି ଏବଂ ତାଙ୍କ ପିଠିରେ ଏକ ବ୍ୟାଗ ଅଛି। ଗୁରୁଚରଣଙ୍କ ବ୍ୟାଙ୍କ ବିବରଣୀ ଉପରେ ମଧ୍ୟ ଦିଲ୍ଲୀ ପୋଲିସ ଅନୁସନ୍ଧାନ କରୁଛି। ତେବେ ଏପର୍ଯ୍ୟନ୍ତ ପୋଲିସ କୌଣସି ବଡ଼ ସୂଚନା ପାଇନାହିଁ।

ଗୁରୁଚରଣ ସିଂଙ୍କୁ ଶେଷ ଥର ପାଇଁ ଟିଭି ଶୋ ‘ତାରାକ ମେହେଟା କା ଓଲଟା ଚଶମା’ରେ ରୋଶନ ସିଂ ସୋଢି ଭୂମିକାରେ ଦେଖିବାକୁ ମିଳିଥିଲା। ପିତାଙ୍କ ସ୍ୱାସ୍ଥ୍ୟ କାରଣରୁ ସେ ସୋ ଛାଡିଥିଲେ କାରଣ ସେହି ସମୟରେ ସେ ତାଙ୍କ ପରିବାର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ।

ଏହି ସମୟରେ ଗୁରୁଚରଣଙ୍କ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି, ଯାହା ସେ ଚାରି ଦିନ ପୂର୍ବରୁ ସେୟାର କରିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ପୋଷ୍ଟରେ ଅଭିନେତା ତାଙ୍କ ପିତାଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ଭିଡିଓ ଦେଖି ପ୍ରଶଂସକମାନେ ମଧ୍ୟ ତାଙ୍କ ମଙ୍ଗଳ କାମନା କରୁଥିବା ଦେଖିବାକୁ ମିଳିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.