Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି -୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ଫେରିଲେ ପନ୍ତ, ଚହଲ
ଆଜିର ଖବର

ଟି -୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ଫେରିଲେ ପନ୍ତ, ଚହଲ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଖେଳିବ। ରୋହିତଙ୍କ ସହ ଯଶସ୍ୱୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ ଦଳରେ ସ୍ଥାନ ପାଇଛନ୍ତି। ଶୁଭମାନ ଗିଲଙ୍କୁ ରିଜର୍ଭ ଖେଳାଳି ତାଲିକାରେ ରଖାଯାଇଛି। ବୋର୍ଡ ମଧ୍ୟ ଶିବମ୍ ଦୁବେଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ କରାଯାଇଛି।

ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ଦେଇଛି। ୨୦୨୪ ଆଇପିଏଲ୍ ରେ ସାମସନ୍ ଏବଂ ପନ୍ତ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଦୀର୍ଘ ସମୟ ପରେ ଋଷଭ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। କାର ଦୁର୍ଘଟଣା ପରେ ସେ ପଡିଆରୁ ଦୂରରେ ଥିଲେ। କିନ୍ତୁ ସେ ଆଇପିଏଲ୍ ମାଧ୍ୟମରେ ପଡ଼ିଆକୁ ଫେରି ନିଜର ଫର୍ମ ପ୍ରମାଣ କରିଥିଲେ। ସେ ଏଥିରୁ ଲାଭ ପାଇଛନ୍ତି। ସାମସନ୍ ଙ୍କ ବିଷୟରେ କହିବାକୁ ଗଲେ ସେ ଆଇପିଏଲ୍ ୨୦୨୪ ରେ ୯ ଟି ମ୍ୟାଚ୍ ଖେଳି ୩୮୫ ରନ୍ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ବୋର୍ଡ ଶିବମ-ଅକ୍ସରଙ୍କ ଉପରେ ଭରସା କରିଛି:

ବିସିସିଆଇ ମଧ୍ୟ ଶିବାମ ଦୁବେ ଏବଂ ଅକ୍ସର ପଟେଲଙ୍କ ଉପରେ ଭରସା କରିଛି। ଶିବମ୍ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ସେ ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଅଟନ୍ତି। ଏହା ସହିତ ସେ ଫିନିଶର ଭୂମିକାରେ ମଧ୍ୟ କାର୍ଯ୍ୟ କରନ୍ତି। ଚଳିତ ସିଜନରେ ୯ ଟି ମ୍ୟାଚରେ ଶିବମ୍ ଦୁବେ ୩୫୦ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧିରେ ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅକ୍ସରଙ୍କ ବିଷୟରେ କହିବାକୁ ଗଲେ ସେ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି।

ରିଜର୍ଭ ଖେଳାଳି ତାଲିକାରେ ଶୁବମାନ:

ଶୁଭମାନ ଗିଲଙ୍କ ସ୍ଥାନ ବିଷୟରେ ଅନେକ ସନ୍ଦେହ ଥିଲା। ତେବେ ବୋର୍ଡ ଏହାକୁ ଅଣଦେଖା କରି ନାହିଁ। ରିଜର୍ଭ ଖେଳାଳି ତାଲିକାରେ ଶୁବମାନ ସ୍ଥାନ ପାଇଛନ୍ତି। ତାଙ୍କ ସହ ରିଙ୍କୁ ସିଂ, ଖଲିଲ ଅହମ୍ମଦ ଏବଂ ଆବେଶ ଖାନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ:

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି- ଶୁଭମାନ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଏବଂ ଆବେଶ ଖାନ

Image

Rohit Sharma T20 World Cup 2024 team india Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025
Latest News

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.