
ନୂଆଦିଲ୍ଲୀ: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଦେହାନ୍ତ ହୋଇଛି। ଗତ ଏକ ମାସ ଧରି ଗୋମତୀନଗରର ଏକ ହସ୍ପିଟାଲରେ ଅତୁଲ କୁମାର ଅଞ୍ଜାନ (୬୯) କର୍କଟ ରୋଗ ସହ ଲଢୁଥିଲେ। ୧୯୭୭ ମସିହାରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ସଭାପତି ଭାବରେ ରାଜନୀତି ଆରମ୍ଭ କରିଥିବା ଅତୁଲ ଅଞ୍ଜାନଙ୍କୁ ସାମାଜିକ ନ୍ୟାୟ ଏବଂ ବାମପନ୍ଥୀ ରାଜନୀତିର ଏକ ବଡ଼ ଚେହେରା ଭାବରେ ବିବେଚନା କରାଯାଉଥିଲା।
Tags: Atul Kumar Anjaa, cpi