Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ଓ ଗଣଶିକ୍ଷା ବିଭାଗର ରାଜ୍ୟ ସ୍ତରୀୟ ସାମାଜିକ ଲିଙ୍ଗଗତ ସମତା ପ୍ରଶିକ୍ଷଣ
ଆଜିର ଖବର

ସ୍କୁଲ ଓ ଗଣଶିକ୍ଷା ବିଭାଗର ରାଜ୍ୟ ସ୍ତରୀୟ ସାମାଜିକ ଲିଙ୍ଗଗତ ସମତା ପ୍ରଶିକ୍ଷଣ

May 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସ୍ତରୀୟ ସାମାଜିକ ଲିଙ୍ଗଗତ ସମତା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର: ଓଡିଶାର ସମସ୍ତ ୩୦ ଗୋଟି ଜିଲ୍ଲାରୁ ଆସିଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ‘ଅଣ୍ଡରଷ୍ଟାଣ୍ଡିଂ ଜେଣ୍ଡର ଆଣ୍ଡ ଫାସିଲେଟେସନ ସ୍କିଲ୍‌’ ସମ୍ପର୍କିତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ରାଜ୍ୟ ସମ୍ବଳ ଦଳମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀମାନଙ୍କର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଉଦଯାପିତ ହୋଇଯାଇଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧି, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାରେ କାର୍ଯ୍ୟରତ ଜେଣ୍ଡର କୋଅଡିନେଟର ତଥା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ସାମାଜିକ ବିଜ୍ଞାନ ଶିକ୍ଷା ଦାନ କରୁଥିବା ଶିକ୍ଷୟତ୍ରୀ/ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ।

ଗୁରୁବାର ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବାବେଳେ, ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପାରୁଲ ପଟୱାରୀ, (ଭା.ପ୍ର.ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶନ କରିବା ସହିତ ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟ ପକ୍ଷରେ ତା. ୦୪.୦୫.୨୦୨୪ ରିଖ ଶନିବାର ଦିନ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ (ଭା. ପ୍ର. ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଦୀର୍ଘ ସମୟ ଧରି ପ୍ରଶିକ୍ଷଣ ସମ୍ପର୍କିରେ ମତାମତ ନେବା ସହିତ ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ କମିଶନର ତଥା ଶାସନ ସଚିବ ପ୍ରତିଟି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିରାପଦ, ଚାପମୁକ୍ତ ଓ ଭେଦଭାବ ଶୂନ୍ୟ ଏକ ସୁନ୍ଦର ଶୈକ୍ଷିକ ପରିବେଶ ହେବାରେ ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତିନିଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ, ଶ୍ରୀ ମନୋଜ କୁମାର ପାଢୀ (ଓ.ପ୍ର.ସେ), ଶ୍ରୀମତୀ ସଙ୍ଗୀତା ବେହେରା, ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଓସେପା, ଡ. ସନାତନ ପଣ୍ଡା, ଓସେପା ଅତିରିକ୍ତ ନିର୍ଦ୍ଦେଶକ (କ୍ୱାଲିଟି), ଶ୍ରୀ ଅମରଜିତ ଜେନା, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀମତୀ ଲହରୀ ମହାନ୍ତି, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ଓ ସାଥିମାନେ ପରିଚାଳନା କରିଥିଲେ।

ସ୍କୁଲ ଓ ଗଣଶିକ୍ଷା ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.