
ନୂଆଦିଲ୍ଲୀ: ଜାହାଜ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି କରିବା ସହ ସ୍ବଦେଶୀ ସାମୁଦ୍ରିକ ଶ୍ରେଣୀର ଇସ୍ପାତ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ବାର୍ (ଜେଏସପିଏଲ) ୨୦୨୪ ମେ ୭ତାରିଖ ଦିନ ନୂଆଦିଲ୍ଲୀରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାଜରିଆରେ ଉଭୟ ସଂସ୍ଥା ସ୍ବଦେଶୀକରଣ ବଢ଼ାଇବା, ଦେଶର ସ୍ବାର୍ଥ ପାଇଁ ଏହିସାମଗ୍ରୀର ଉତ୍ପାଦନ କ୍ଷମତା ଓ ଉପେଯାଗ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେବାକୁପ୍ରତିଶୃତିବଦ୍ଧ ହୋଇଛନ୍ତି।
ଏହି ବୁଝାମଣାରେ ସରକାରୀ-ଘରୋଇ ସହେଯାଗକୁ ପ୍ରାଥମିକତା ଦିଆଯିବା ସହଜଟିଳ ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ସରକାରୀ ସଂସ୍ଥା ଏବଂ ଘରୋଇ କ୍ଷେତ୍ରମଧ୍ଯରେ ସହଭାଗିତାର ଆବଶ୍ୟକତା ଉପରେ ମଧ୍ଯ ଗୁରୁତ୍ବ ପ୍ରଦାନ କରାଯାଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୁବିଧା ଯଥା – ଉତ୍ତମ ମାନ, ଶ୍ରେଣୀ ଓ ପରିମାପ ସହ ସାମଗ୍ରୀଉତ୍ପାଦନ ପାଇଁ ନିର୍ମିତ ଇସ୍ପାତ କାରଖାନା ସମେତ ଆଇସିଜି ପାଇଁ ସାମୁଦ୍ରିକଶ୍ରେଣୀର ଇସ୍ପାତର ସଠିକ୍ ସମୟରେ େଯାଗାଣ କରିବାକୁ ଜାହଜ ନିର୍ମାଣୟାର୍ଡଗୁଡିକୁ ପ୍ରତିଶୃତି ଦେବା ଉପରେ ମଧ୍ୟ ଏହି ବୁଝାମଣାରେ ଗୁରୁତ୍ବଦିଆଯାଇଛି।
ଆଇସିଜିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଇସିଜି ଆଇଜି ଉପମହାନିଦ୍ର୍ଦେଶକ (ଉତ୍ପାଦ ଓ ପରିଚାଳନା) ଏଚ୍.କେ. ଶର୍ମା ଏବଂ ଜେଏସ୍ପିର ଚିଫ୍ମାର୍କେଟିଂ ଅଫିସର୍ ଏସ୍.କେ. ପ୍ରଧାନଙ୍କ ଦ୍ବାରା ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।