Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ଶୁଭାରମ୍ଭ, ୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍
ଆଜିର ଖବର

ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ଶୁଭାରମ୍ଭ, ୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍

May 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌‌ରେ ଏହି ପ୍ରୋଗ୍ରାମ୍ ଦେଖିପାରିବେ। ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ।

ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ। ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍‌‌, ଆମାଜନ୍ ପ୍ରାଇମ୍ ଏବଂ ଜିଓସିନେମା ପ୍ରିମିୟମ୍ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌‌କୁ ଏହି ପ୍ଲାନ୍‌‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଅର୍ଥାତ୍ ଏହି ଲୋକପ୍ରିୟ ଆପ୍‌‌ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ। ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି, ନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନ ୧୦ ଏମବିପିଏସ କିମ୍ବା ୩୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତା, ୮୮୮ ଟଙ୍କାର ପୋଷ୍ଟପେଡ ପ୍ଲାନ ସମସ୍ତଙ୍କ ପାଇଁ ଉପଲବ୍ଧ। ବର୍ତ୍ତମାନ ପ୍ରିପେଡ୍ ପ୍ଲାନ୍ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍ ପ୍ଲାନ୍‌‌କୁ ଅପଗ୍ରେଡ୍ କରିପାରିବେ।

ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ ଧନ ଧନା ଧନ ଅଫର ମଧ୍ୟ ଏହି ପ୍ଲାନରେ ଲାଗୁ ହେବ। ଜିଓ ଫାଇବର କିମ୍ବା ଏୟାରଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କନେକ୍ସନରେ ୫୦ ଦିନର ରିହାତି କ୍ରେଡିଟ୍ ଭାଉଚର ପାଇପାରିବେ। ୨୦୨୪ ମେ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ ଧନା ଧନ ଅଫରକୁ ଟି-୨୦ ସିଜନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।

jio Netflix ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Latest News

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ପ୍ରଗତି ପଥକୁ ପ୍ରଶସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.