Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିଂ ଅଧିକାରୀ ଭାବେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ଶିକ୍ଷାକର୍ମଚାରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ
ଆଜିର ଖବର

ପୋଲିଂ ଅଧିକାରୀ ଭାବେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ଶିକ୍ଷାକର୍ମଚାରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ

May 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ
ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ୍ କକଡ଼ିସେମଳା ଉଚ୍ଚବିଦ୍ୟାଳୟର ଚତୁର୍ଥଶ୍ରେଣୀ କର୍ମଚାରୀ ଅଲେଖ ରନ୍ଧାରି ପୋଲିଂ ଅଧିକାରୀ ଭାବେ ଉମରକୋଟ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ବୁଥ୍ ନଂ ୧୯୬ କୁ ନିର୍ବାଚନ ପରିଚାଳନା ପାଇଁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏହି ଅଭାବନୀୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସଂଗଠନ ପକ୍ଷରୁ ସମବେଦନା ଜଣାଇଛନ୍ତି।

ସୂଚନାଥାଉକି, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଲେଖ ରନ୍ଧାରିଙ୍କ ଘର ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ୍ କକଡ଼ିସେମଳା ଗ୍ରାମରେ। ସେ ପଞ୍ଚମ ପୋଲିଂ ଅଧିକାରୀ ଭାବେ ପୋଲିଂ ଦଳ ସହ ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯାଉଥିବା ବେଳେ ଉମରକୋଟ ପୌର ପରିଷଦର ମୁଖ୍ୟ ରାସ୍ତା ଡିଏନ୍‌କେ ଛକରେ ଏକ ମୋଟର ସାଇକେଲ ଆରୋହୀ ଦ୍ରୁତଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅଲେଖ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସାଥିରେ ଥିବା ଅନ୍ୟ ନିର୍ବାଚନ ଅଧିକାରୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିଚାଳକ ଜଣକ ମୋଟରସାଇକେଲ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଲେଖଙ୍କ ମୃତ୍ୟୁ ଘଟିଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ଏହି ଘଟଣାରେ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତାଙ୍କ ପରିବାରବର୍ଗଙ୍କୁ ବିଧିମୁତାବକ ସାହାଯ୍ୟ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ।

ନିର୍ବାଚନ ଅଧିକାରୀ ଏବଂ ମାନ୍ୟବର ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ଆଗାମୀ ଦିନରେ ଯେଉଁମାନେ ନିର୍ବାଚନ ପରିଚାଳନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଯିବେ ସେମାନେ କିପରି ନିର୍ବିଘ୍ନରେ ସେଠାରେ ପହଞ୍ଚିବେ ସେଥିପ୍ରତି ଦୃଷ୍ଟି ଦେବା ନିତ୍ୟାନ୍ତ ଜରୁରୀ। ଆଗାମୀ ଦିନରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ସହାୟତା ପ୍ରଦାନ କରୁଥିବା ସମୟରେ ବ୍ୟକ୍ତିବିଶେଷଙ୍କର ଏପରି ଅକାଳ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରବର୍ଗଙ୍କୁ ପନ୍ଦର ଲକ୍ଷ ପରିବର୍ତ୍ତେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ସରକାର ତଥା ନିର୍ବାଚନର ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।

ଏଭଳି ଅଭାବନୀୟ ଘଟଣା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ତଥା ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଅଛି।

ନବରଙ୍ଗପୁର ପୋଲିଂ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Latest News

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.