Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ର ଅନ୍ୟ ଏକ ରୂପ ସେବିକା: ସୋଆ ଉପସଭାପତି
ଆଜିର ଖବର

ମା’ର ଅନ୍ୟ ଏକ ରୂପ ସେବିକା: ସୋଆ ଉପସଭାପତି

May 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମା’ର ଅନ୍ୟ ଏକ ରୂପ ହେଉଛି ସେବିକା। ମା ନିଜ ପିଲାର ଯତ୍ନ ନେବା ଭଳି ନର୍ସମାନେ ମଧ୍ୟ ସେବା ଯତ୍ନ ପ୍ରଦାନ କରି ରୋଗୀମାନଙ୍କୁ ସୁସ୍ଥ କରିଥାନ୍ତି। ତେଣୁ ନର୍ସ ମାନେ ମା ସହିତ ତୁଳନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତି ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ରେ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ମେ ୧୨ ତାରିଖ ଦିନ ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଶ୍ୱ ମାତୃ ଦିବସ ଓ ଆନ୍ତର୍ଜାତିକ ସେବିକା ଦିବସ ଗୋଟିଏ ଦିନରେ ପଡୁଥିବା ବେଳେ ଉଭୟ ମା ଓ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେବା ଏକ ବ୍ରତ ଓ ଏହି ବ୍ରତରେ ଅନୁପ୍ରାଣିତ ହୋଇ ନର୍ସିଂ ଭଳି ଏକ ମହାନ ବୃତିକୁ ଗ୍ରହଣ କରିଥିବା ସମସ୍ତ ନର୍ସ ମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନେ କିଭଳି ସୂଚାରୁ ରୂପେ ରୋଗୀ ସେବା କରି ପାରିବେ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ପରସ୍ପରର କାର୍ଯ୍ୟକୁ ପ୍ରଶଂସା ଓ ପରସ୍ପର ସହ ସହଯୋଗ କଲେ ହିଁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିପାରିବେ ବୋଲି କହିଥିଲେ।

ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ (ଇନ୍‌ଚାର୍ଜ) କମଳିନୀ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଧୁନିକ ନର୍ସିଂର ପଥପ୍ରଦର୍ଶକ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ୨୦୪ ତମ ଜନ୍ମ ଦିବସ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ଏଥରର ପ୍ରସଙ୍ଗ “ଆୱାର ନର୍ସେସ୍ , ଆୱାର ଫ୍ୟୁଚର, ଦ ଇକୋନୋମିକ ପାୱାର ଅଫ୍ କେୟାର” ରହିଥିବା ଶ୍ରୀମତି ମଲ୍ଳିକ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଏଏନ୍‌ଏସ୍ ପ୍ରଣତି ରାଣୀ ବେହେରା ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥ ପାଠ କରାଇଥିଲେ। ସେହିପରି ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଏକ କେକ୍ କଟାଯାଇ ଏହି ଦିବସ ପାଳନ କରାଯାଇଥିଲା।

ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ୍ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଶ୍ରୀମତି ଦାସ ଓ ଅନ୍ୟ ଅତିଥିଗଣ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏଏନ୍‌ଏସ୍ ଶ୍ରୀମତି ସୁଚିସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଇସିଏନ୍ ଶ୍ରୀମତି ଶତରୂପା ପାଟ୍ଟଯୋଶୀ ମଂଚ ପରିଚାଳନା କରିଥିଲେ।

ଏହି ଅବସରରେ ସୋଆର ବରିଷ୍ଠ କର୍ମକର୍ତାଙ୍କ ସମେତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସ୍‌ର ବରିଷ୍ଠ କର୍ମକର୍ତା, ନର୍ସିଂ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମଧ୍ୟ ରବିବାର ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନର୍ସମାନଙ୍କୁ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାଶଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଆନ୍ତର୍ଜାତିକ ସେବିକା ଦିବସର ବିଷୟ ବସ୍ତୁ ‘ଆମର ନର୍ସେସ୍‌, ଆମର ଭବିଷ୍ୟତ: ସେବାର ଅର୍ଥନୈତିକ ଶକ୍ତି’ ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ସର୍ଜରୀ ବିଭାଗ କନସଲଟାଂଟ୍ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, କନ୍‌ସଲଟାଂଟ୍ ଡାକ୍ତର ରିଷିକା ସେନ୍‌, ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ୍ ପାତ୍ର, ସାଇକିଆଟ୍ରି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ବିଶ୍ୱଜିତ୍ ସାମଲ, ଶିଶୁରୋଗ ବିଭାଗର ଡାକ୍ତର ମିନାକ୍ଷୀ ସାହୁ ଓ ମେଡିସିନ୍ ବିଭାଗର ଡାକ୍ତର ଅମର ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନର୍ସିଂ ଇନ୍‌ଚାର୍ଜ ଇତି ଶ୍ରାବଣୀ ଉପସ୍ଥିତ ନର୍ସମାନଙ୍କୁ ଶପଥ ପାଠ କରାଇଥିଲେ। ଶୁଭମ୍ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଏନ୍‌ଏସ୍ ଅର୍ଚ୍ଚନା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲନଖରା କ୍ୟାମ୍ପସ୍ ଶାଶ୍ୱତି ଦାସ ସମ୍‌ ହସ୍ପିଟାଲ ସୋଆ ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.