ଧାର୍ମିକ ସ୍ବତନ୍ତ୍ରତାକୁ ନେଇ ଆମେରିକୀୟ ବୈଦେଶିକ ବିଭାଗ ଦ୍ବାର ଜାରି କରାଯାଇଥିବା ରିପୋର୍ଟକୁ ଖାରଜ କରିଛି ଭାରତ। ୨୦୦୮ରେ ହିନ୍ଦୁ କଠୋରପନ୍ଥୀ ସମୂହ ଅଳ୍ପସଂଖ୍ୟକ ଉପରେ ଆକ୍ରମଣ କରିଥିବାର ରିପୋର୍ଟର ଜବାବ ଦେଇଛି ବିଦେଶ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ୍ କୁମାର କହିଛନ୍ତି ଯେ, ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଭାରତର ନାଗରିକ ସାମ୍ବିଧାନିକ ଅଧିକାରରେ ସୁରକ୍ଷିତ ରହିଛନ୍ତି। ’ଆମେରିକାର ବୈଦେଶିକ ବିଭାଗଦ୍ବାରା ’ଇଣ୍ଟରନ୍ୟାସନାଲ୍ ରିଲିଜିୟମ୍ ଫ୍ରିଡମ୍’ ଉପରେ ଏକ ରିପୋର୍ଟ ଜାରି କରାଯାଇଛି, ଯେଉଁଥିରେ ଭାରତରେ ଗୋରକ୍ଷା ନାମରେ ହିଂସା ତଥା ଏଭଳି ହିଂସା କରୁଥିବାଙ୍କ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନ ମାମଲା ଅଥବା ଅଭିଯୋଗ ଲଗାଉନାହିଁ। ଏହି ରିପୋର୍ଟର ଜବାବ ଦେଇ ରବୀଶ୍ କୁମାର କହିଛନ୍ତି ଯେ, ଭାରତକୁ ନିଜ ଧର୍ମନିରପେକ୍ଷତା ଉପରେ ଗର୍ବ ରହିଛି। ଭାରତ ହେଉଛି ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଓ ବହୁଳତାବାଦୀ ସମାଜ ଦେଶ। ଯେଉଁଠାରେ ଦୀର୍ଘ ସମୟ ଧରି ସହିଷ୍ଣୁତା ଓ ସମାବେଶ ପାଇଁ ପ୍ରତିବଦ୍ଧତା ରହିଛି। ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ଅଧିକାରର ଗ୍ୟାରେଣ୍ଟି ଦେଇଥାଏ। ଆମେ ନିଜର ନାଗରିକଙ୍କ ସାମ୍ବିଧାନିକ ରୂପରେ ଥିବା ସଂରକ୍ଷିତ ଅଧିକାରରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।