୩୪୦୦୦ କୋଟି ବ୍ୟାଙ୍କ ଠକେଇ ମାମଲା: ପୂର୍ବତନ DHFL ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ

Published: May 14, 2024, 8:04 pm IST

ନୂଆଦିଲ୍ଲୀ: ୩୪,୦୦୦ କୋଟି କୋଟି ଟଙ୍କା ବ୍ୟାଙ୍କିଙ୍ଗ ଠକେଇ ମାମଲାରେ ସିବିଆଇ ପୂର୍ବତନ DHFL ନିର୍ଦ୍ଦେଶକ ଧୀରଜ ୱଧାୱନଙ୍କୁ ଗିରଫ କରିଛି। ଧୀରଜ ୱଧାୱନଙ୍କୁ ମଇ ୧୩ ତାରିଖ ସୋମବାର ଦିନ ମୁମ୍ବାଇରେ ଗିରଫ କରାଯାଇଛି। ଆଜି ତାଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

୩୪,୦୦୦ କୋଟି ଟଙ୍କାର ୧୭ ଟି ବ୍ୟାଙ୍କର ଏକ କନ୍ସୋର୍ଟିୟମ ସହିତ ଜଡିତ ଏହି ଠକେଇ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରିସାରିଛି। ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ଏହା ସବୁଠାରୁ ବଡ ଠକେଇ ବୋଲି ବିବେଚନା କରାଯାଏ। ଏହା ପୂର୍ବରୁ ମଧ୍ୟ ସିବିଆଇ ୟେସ ବ୍ୟାଙ୍କ ସ୍କାମ ମାମଲାରେ ଧୀରଜ ୱଧାୱନଙ୍କୁ ଗିରଫ କରିଥିଲା ​​ଏବଂ ବର୍ତ୍ତମାନ ସେ ଏହି ମାମଲାରେ ଜାମିନରେ ଅଛନ୍ତି।

Related posts