Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୂରସଂଚାର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି: ନକଲି କଲ୍ ଗ୍ରହଣ ନକରିବାକୁ ପରାମର୍ଶ
ଆଜିର ଖବର

ଦୂରସଂଚାର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି: ନକଲି କଲ୍ ଗ୍ରହଣ ନକରିବାକୁ ପରାମର୍ଶ

May 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ନୂଆଦିଲ୍ଲୀ: ଦୂରସଞ୍ଚାର ବିଭାଗ (ଡିଓଟି), ଯୋଗାଯୋଗ ମନ୍ତ୍ରଣାଳୟ ନାଗରିକମାନଙ୍କୁ , ଯେଉଁଥିରେ ସେମାନଙ୍କୁ କଲ୍ କରୁଥିବା ବ୍ୟକ୍ତିମାନେ ମୋବାଇଲ୍ ନମ୍ବର ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟକଳାପରେ ମୋବାଇଲ୍ ନମ୍ବର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି ସେଭଳି ନକଲି କଲ୍ ଗ୍ରହଣ ନକରିବାକୁ ଏକ ପରାମର୍ଶବଳୀ ଜାରି କରିଛି।

ସରକାରୀ କର୍ମଚାରୀଙ୍କ ଛଦ୍ମରୂପ ବ୍ୟବହାର କରି ଏବଂ ଲୋକମାନଙ୍କୁ ଧୋକା ଦେବା ପାଇଁ ବିଦେଶୀ ମୂଳ ମୋବାଇଲ୍ ନମ୍ବରରୁ (ଯେପରିକି +92-xxxxxxxxxx) ଆସୁଥିବା ହ୍ୱାଟସ୍‌ଆପ୍ କଲ୍ ବିଷୟରେ ମଧ୍ୟ ଦୂରସଞ୍ଚାର ବିଭାଗ ପରାମର୍ଶ ଜାରି କରିଛି।

ଏପରି କଲ୍ ମାଧ୍ୟମରେ ସାଇବର ଅପରାଧୀମାନେ ସାଇବର ଅପରାଧ / ଆର୍ଥିକ ଠକେଇ କରିବା ପାଇଁ ଧମକ ଦେଇଥାନ୍ତି କିମ୍ବା ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବାକୁ ଚେଷ୍ଟା କରନ୍ତି। ଦୂରସଂଚାର ବିଭାଗ / ଟ୍ରାଇ ନିଜ ତରଫରୁ ଏପରି କଲ୍ କରିବାକୁ କାହାକୁ ଅନୁମତି ଦିଏ ନାହିଁ ଏବଂ ସଂଚାର ସାଥି ପୋର୍ଟାଲ (www.sancharsaathi.gov.in/sfc) ର ‘ଚକ୍ଷୁ – ରିପୋର୍ଟ ସନ୍ଦିଗ୍ଧ ଜାଲିଆତି ଯୋଗାଯୋଗ’ ସୁବିଧାରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ଏପରି ଜାଲିଆତି ଯୋଗାଯୋଗ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି। ଏହିପରି ସକ୍ରିୟ ରିପୋର୍ଟ ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାର ରୋକିବାରେ ଦୂରସଂଚାର ବିଭାଗକୁ ସାହାଯ୍ୟ କରେ।

ସାଇବର ଅପରାଧ କିମ୍ବା ଆର୍ଥିକ ଠକେଇର ଶିକାର ହୋଇଥିଲେ ସାଇବର ଅପରାଧ ହେଲପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.in ରେ ରିପୋର୍ଟ କରିବାକୁ ଦୂରସଂଚାର ବିଭାଗ ମଧ୍ୟ ନାଗରିକମାନଙ୍କୁ ପରାମର୍ଶ ଦେଇଥାଏ।

ସନ୍ଦେହଜନକ ଠକେଇ ଯୋଗାଯୋଗର ମୁକାବିଲା କରିବା ପାଇଁ ଏବଂ ସାଇବର ଅପରାଧ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି:

ଚକ୍ଷୁ ସୁବିଧା ଅଧୀନରେ, ନାଗରିକମାନଙ୍କୁ ଦୁର୍ଭାବନାପୂର୍ଣ୍ଣ ଏବଂ ଫିସିଙ୍ଗ୍ ଏସ୍‌ଏମ୍‌ଏସ୍ ପଠାଇବାରେ ସମ୍ପୃକ୍ତ ଥିବା ୫୨ ପ୍ରମୁଖ ସଂସ୍ଥା ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।

୭୦୦ ଏସ୍‌ଏମ୍‌ଏସ୍ ବିଷୟବସ୍ତୁ ଟେମ୍ପଲେଟଗୁଡିକ ନିଷ୍କ୍ରିୟ କରାଯାଇଛି। ସମସ୍ତ ଟେଲିକମ୍ ଅପରେଟରମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଆଧାରରେ ୩୪୮ ମୋବାଇଲ୍ ହ୍ୟାଣ୍ଡସେଟ୍ କଳା ତାଲିକାଭୁକ୍ତ କରାଯାଇଛି।

୧୦,୮୩୪ ସନ୍ଦିଗ୍ଧ ମୋବାଇଲ୍ ନମ୍ବରକୁ ଟେଲିକମ୍ ଅପରେଟରମାନଙ୍କୁ ପୁନଃ ଯାଞ୍ଚ ପାଇଁ ଚିହ୍ନିତ କରାଯାଇଛି, ଯେଉଁଥିରୁ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ପୁନଃ – ଯାଞ୍ଚରେ ବିଫଳ ହୋଇଥିବା ୮୨୭୨ ମୋବାଇଲ୍ ସଂଯୋଗ କାଟି ଦିଆଯାଇଛି।

ସାଇବର ଅପରାଧ / ଆର୍ଥିକ ଠକେଇରେ ଜଡିତ ହେବା କାରଣରୁ ଅଖିଳ ଭାରତୀୟ ଆଧାରରେ ୧.୮୬ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ଅବରୋଧ କରାଯାଇଛି।

ଦୂରସଂଚାର ବିଭାଗ / ଟ୍ରାଇ ପକ୍ଷରୁ ଛଦ୍ମନାମ ବ୍ୟବହାର କରୁଥିବା ନକଲି ବିଜ୍ଞପ୍ତି, ସନ୍ଦେହଜନକ ଜାଲିଆତି ଯୋଗାଯୋଗ ଏବଂ ପ୍ରେସ, ଏସଏମଏସ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଦୁର୍ଭାବନାପୂର୍ଣ୍ଣ କଲ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ନିମନ୍ତେ ନିୟମିତ ଭାବରେ ପରାମର୍ଶ ଦିଆଯାଇଛି।

trai ଡିଓଟି ଦୂରସଂଚାର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.