ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ବିଜେଡି, ବିଜେପିକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଟାର୍ଗେଟ କରିବା ସହ ଅଶ୍ବିନୀ ଖଣି ମାଲିକ ନା ନୁହନ୍ତି ଏହାର ଉତ୍ତର ଦେବା ପାଇଁ ନବୀନ ଓ ବିଜେପିକୁ କହିଛନ୍ତି। ତେବେ ନରସିଂହଙ୍କ ସମାଲୋଚନା ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଶଶିଭୂଷଣ ବେହେରା। ନରସିଂହ ବାବୁ ସମ୍ବିଧାନ ଜାଣିଥିବା ଜଣେ ଅଭିଜ୍ଞ ନେତା ତେଣୁ ସାମ୍ବିଧାନିକ ପଦପଦବୀକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଶଶି। ଯଦି ବିରୋଧୀ ନାହାନ୍ତି, ସରକାର ବି ନାହିଁ, ୟାର କିଛି ଅର୍ଥ ନାହିଁ। ଏସବୁ ରାଜନୀତିକରଣ ପାଇଁ କୁହାଯାଉଛି। ସେହିପରି ବିଧାନସଭାରେ ବିଜେଡ଼ିର ଆଭିମୁଖ୍ୟ ପ୍ରସଙ୍ଗରେ ଶଶି କହିଛନ୍ତି ଯେ, ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରାଯିବ। ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଅବହେଳା ସହ ସାଲିସ୍ କରାଯିବନି। ତେବେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ଶଶି।