ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନକୁ ନେଇ ନରସିଂହ ମିଶ୍ରଙ୍କ ଉଭୟ ଦଳକୁ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତ । ଅଶ୍ୱିନୀ ଜଣେ ଖଣି କମ୍ପାନୀର ଡାଇରେକ୍ଟର ଅଛନ୍ତି । ନରସିଂହ ଏହା କଣ ଜାଣିନାହାନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି । ଅଶ୍ବିନୀଙ୍କୁ ପ୍ରାର୍ଥୀତ୍ବକୁ ନେଇ ଦାମ କହିଛନ୍ତି ଯେ, ଏହା ଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ । ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ମୋଦୀ ଏବଂ ଶାହାଙ୍କ ସହ ସେ ନବୀନଙ୍କୁ ସାକ୍ଷାତ କରାଉଥିଲେ । ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ ଶାଳୀନତା ଆସିଛି । ଏବଂ ଉଭୟଙ୍କ ମଧ୍ୟରେ ସହଯୋଗ ରହିଲେ ବିକାଶ ତ୍ବରାନ୍ବିତ ହେବ ବୋଲି ଦାମ କହିଛନ୍ତି । ଗଣତନ୍ତ୍ରରେ ଲୋକପ୍ରତିନିଧିଙ୍କ ଭୂମିକା ଗୌଣ ହେଉଥିବାବେଳେ ଅବସରପ୍ରାପ୍ତ ଅମଲାମାନଙ୍କର ଭୂମିକା ବଢୁଛି ବୋଲି କହିଛନ୍ତି ଦାମ । ସେହିପରି ଅଶ୍ବିନୀଙ୍କୁ ବିଜେପି କିପରି ପ୍ରାର୍ଥୀ କଲା ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି ଯେ, ଦଳର ନୀତି ନିର୍ଦ୍ଧାରଣରେ ସେ ନାହାନ୍ତି ବୋଲି କହିଛନ୍ତି ।