ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶକୀଲାଙ୍କ ବାୟୋପିକ୍ ଆସନ୍ତା ଅଗଷ୍ଟ 2019ରେ ରିଲିଜ୍ ହେବାକୁ ଯାଉଛି । ଫେବୃୟାରୀ 2019ରୁ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ଏଡିଟିଂ ଏବଂ ଅନ୍ୟାନ୍ୟ ପୋଷ୍ଟ ପ୍ରଡକ୍ସନ୍ କାମ ପାଇଁ ଫିଲ୍ମଟିର ରିଲିଜ୍ ବିଳମ୍ବିତ ହୋଇଛି । ପୂର୍ବରୁ ଜୁନ୍ 2019ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଶଷରେ ଅଗଷ୍ଟରେ ରିଲିଜ୍ ହେବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ଏହାର ରିଲିଜ୍ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଏହି ଫିଲ୍ମରେ ରିଚା ଚଢ୍ଢା ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶକୀଲାଙ୍କ ଭୂମିକାରେ ଦେଖାଦେବେ । ଏହି ଫିଲ୍ମ ପାଇଁ ରିଚା ଚଢ୍ଢା ବେଲୀ ଡ୍ୟନ୍ସ ଶିଖିଛନ୍ତି । ଏହି ଫିଲ୍ମ ବ୍ୟତିତ ସୁଧୀର ମିଶ୍ରାଙ୍କ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ରିଚା ।