Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀଠାରେ ଭାରତ-ଜିମ୍ବାୱେ ମଧ୍ୟରେ ତୃତୀୟ ମିଳିତ ବାଣିଜ୍ୟ କମିଟି ଅଧିବେଶନ ଅନୁଷ୍ଠିତ
ଆଜିର ଖବର

ନୂଆଦିଲ୍ଲୀଠାରେ ଭାରତ-ଜିମ୍ବାୱେ ମଧ୍ୟରେ ତୃତୀୟ ମିଳିତ ବାଣିଜ୍ୟ କମିଟି ଅଧିବେଶନ ଅନୁଷ୍ଠିତ

May 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ସଂଯୁକ୍ତ ବ୍ୟାପାର ସମିତି (ଜେଟିସି)ର ତୃତୀୟ ଅଧିବେଶନ ୧୩.୦୫.୨୦୨୪ ତାରିଖ ଠାରୁ ୧୪.୦୫.୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତା ପ୍ରିୟା ପି ନାୟାର ଏବଂ ଆନ୍ତର୍ଜାତିକ ବ୍ୟାପାର ମନ୍ତ୍ରଣାଳୟର ଅନ୍ତରାଷ୍ଟ୍ରୀୟ ବ୍ୟାପାର ଏବଂ ପ୍ରବାସୀ, ଜିମ୍ବାୱେ ସରକାରର ମୁଖ୍ୟ ନିର୍ଦ୍ଦେଶକ  ରୁଡ଼ୋ ଏମ ଫରାନିସୀଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିମ୍ବାୱେ ପ୍ରତିନିଧି ମଣ୍ଡଳରେ ଜିମ୍ବାୱେ ଦୂତାବାସର ପ୍ରଭାରୀ ରାଷ୍ଟ୍ରଦୂତ ପିଟର ହୋବବାନୀ ଏବଂ ସମ୍ବନ୍ଧିତ ମନ୍ତ୍ରଣାଳୟର ୧୫ରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ। ଏହି ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ମୈତ୍ରୀପୂର୍ଣ୍ଣ ବାତାବରଣ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ସହଯୋଗ, ଦୀର୍ଘମିଆଦୀ ପ୍ରସଙ୍ଗ ଆଦିରେ ଥିବା ସମସ୍ୟାର ସମାଧାନ, ବ୍ୟାପାର ଓ ନିବେଶକୁ ଭବିଷ୍ୟତରେ ବୃଦ୍ଧି କରିବା ଏବଂ ଉଭୟ ଦେଶର ସାଧାରଣ ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ଉଭୟ ପକ୍ଷ ଦ୍ୱିପାକ୍ଷିକ ବ୍ୟାପାରର ସମୀକ୍ଷା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଏହାର ବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ଆଶା ପୋଷଣ କରିଥିଲେ। ଉଭୟ ପକ୍ଷ ଦ୍ୱିପାକ୍ଷିକ ବ୍ୟାପାରକୁ ଆଗାମୀ ଦିନରେ ବୃଦ୍ଧି କରିବା ଦିଗରେ ଠୋସ୍ ପ୍ରୟାସ କରିବା ନିମନ୍ତେ ସହମତ ପ୍ରକାଶ କରିଥିଲେ। ଦୁଇ ପକ୍ଷ ଡିଜିଟାଲ ପରିବର୍ତ୍ତନ ସମାଧାନ, ଟେଲି-ମେଡିସିନ୍, ଅପ୍ରକ୍ରିୟାକୃତ ହୀରା, ତ୍ୱରିତ ଉପଭୁକ୍ତି ପ୍ରଣାଳୀ ଏବଂ ପାରମ୍ପରିକ ଚିକିତ୍ସା ଆଦି କ୍ଷେତ୍ରରେ ନିୟାମକ ସହଯୋଗ ନିମନ୍ତେ ବୁଝାମଣା ପତ୍ର (ଏମଓୟୁ)ରେ ହସ୍ତାକ୍ଷର କରିବାର ସମ୍ଭାବନାର ଦିଗ ଖୋଜିବା ଉପରେ ସହମତ ପ୍ରକଟ କରିଥିଲେ।

ଉଭୟ ପକ୍ଷ ଫାର୍ମାସିଉଟିକାଲ୍ସ, ଭୂ-ସାଂସ୍ଥିତିକୀ କ୍ଷେତ୍ର, ସ୍ୱାସ୍ଥ୍ୟ ସେବା, ମେସିନାରୀ ଏବଂ ଯାନ୍ତ୍ରିକ ଉପକରଣ, ଯାନବାହନ, ବୈଦ୍ୟୁତିକ ମେସିନାରୀ, ଖଣିଜ ଇନ୍ଧନ, ଖଣିଜ ତୈଳ ଓ ବିଶୋଧନ ଉତ୍ପାଦ, ପ୍ଲାଷ୍ଟିକ୍ ସାମଗ୍ରୀ, ଲୁହା ଓ ଇସ୍ପାତ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଇଞ୍ଜନିୟରିଂ କ୍ଷେତ୍ର, ନବୀକରଣ ଉର୍ଜା, ଡିଜିଟାଲ ଅର୍ଥବ୍ୟବସ୍ଥା, କପଡ଼ା, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରି କେତେକ କ୍ଷେତ୍ରର ଚିହ୍ନଟ କରିଥିଲେ।

ଉଭୟ ପକ୍ଷ ନିଜ ଦେଶରେ ନିବେଶ ସଂବର୍ଦ୍ଧନ ଏଜେନ୍ସି ଏବଂ ବାଣିଜ୍ୟ ମଣ୍ଡଳ ମଧ୍ୟରେ ଘନିଷ୍ଠ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ସହମତ ହୋଇଛନ୍ତି। ଭାରତ-ଜିମ୍ବାୱେ ଜେଟିସିର ତୃତୀୟ ଅଧିବେଶନରେ ବିଚାର ବିମର୍ଷ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଦୂରଦର୍ଶିତାରେ ଭରପୂର ରହିଥିଲା ଏବଂ ତାହା ଉଭୟ ଦେଶ ମଧ୍ୟରେ ମୈତ୍ରୀପୂର୍ଣ୍ଣ ଏବଂ ବିଶେଶ ସମ୍ବନ୍ଧକୁ ଇଙ୍ଗିତ କରେ।

ଜିମ୍ବାୱେ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.