ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ୩୯ ତମ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମାନେକା ଗାନ୍ଧୀ ଏବଂ ବରୁର ଗାନ୍ଧୀ। ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ମାନେକା ଏବଂ ପୁତ୍ର ବରୁଣ ଶାନ୍ତିବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବତନ ସାଂସଦ ସଞ୍ଜୟ ଗାନ୍ଧୀ ୧୯୮୦ରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦିଲ୍ଲୀ ଫ୍ଲାଇଁ କ୍ଲବ୍ରେ ଏକ ନୂତନ ବିମାନରେ ଷ୍ଟଣ୍ଟ ପକ୍ରଦର୍ଶନ କରୁଥିବା ବେଳେ ସଫଦରଜଙ୍ଗରେ ନିଜ ଅଫିସ୍ ଉପରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ସଞ୍ଜୟଙ୍କ ବ୍ୟତୀତ ସୁବାଷ ସକ୍ସେନା ମଧ୍ୟ ପ୍ରାଣ ହରାଇଥିଲେ।