ତଣ୍ଡ ଗଣିବେ ବିରାଟ, ଅତ୍ୟଧିକ ଅପିଲ୍‌ କରିବା ମହଙ୍ଗା ପଡ଼ିଲା

Published: Jun 23, 2019, 3:49 pm IST

ଭାରତୀୟ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଥିବା କାରଣ ପାଇଁ ମ୍ୟାଚ ଫି’ର ୨୫ ପ୍ରତିଶତ ଫାଇନ ଲଗାଯାଇଛି । ଶନିବାର ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୨୮ତମ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ସାଉଥଆମ୍ପଟନରେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଥିବା ନେଇ ଆଇସିସି ପକ୍ଷରୁ ବିରାଟଙ୍କ ଉପରେ ଫାଇନ କରାଯାଇଛି । ଅନ୍ତର୍ଜାତୀୟ ମ୍ୟାଚରେ ଅତ୍ୟଧିକ ମାତ୍ରାରେ ଅପିଲ କରିଥିବାରୁ ବିରାଟଙ୍କୁ ଏହି ଜରିମାନା ଦେବାକୁ ପଡ଼ିବ । ଆଫଗାନିସ୍ତାନର ବ୍ୟାଟିଂ ଇନିଂସର ୨୯ ତମ ଓଭରରେ ଏହି ଘଟଣା ଘଟିଥିଲା । ଏଲବିଡବ୍ଲ୍ୟିୁ ପାଇଁ ଏହି ଓଭରରେ ଆଲିମ୍ ଦାରଙ୍କ ସାମ୍ନାରେ ଉଗ୍ର ଭାବେ ଅତ୍ୟଧିକ ଅପିଲ କରିଥିଲେ କୋହଲି ।

Related posts