ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଦାବି କରିଛନ୍ତି ଯେ, ଲୋକସଭା ନିର୍ବାଚନ ତାଙ୍କର “ବାୟ ବାୟ” ହେବାକୁ ଯାଉଛି। ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ବିତର୍କ ପାଇଁ ଚ୍ୟାଲେଞ୍ଜ କରିଥିଲେ ଏବଂ ଏହା ମଧ୍ୟ କହିଛନ୍ତି ଯେ, ମୋଦୀ ତାଙ୍କ ସହ କଦାପି ବିତର୍କ କରିପାରିବେ ନାହିଁ। କାରଣ ତାଙ୍କୁ ‘ଅଗ୍ନିପଥ’ ଯୋଜନା, ଚୀନ୍ର ଅନୁପ୍ରବେଶ, କରୋନା ସଙ୍କଟ ବିଷୟରେ ପ୍ରଶ୍ନ କରାଯିବ।
କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ଆସନରେ ଜିତିବେ ବୋଲି ରାହୁଲ ଗାନ୍ଧୀ ଆଶା ପ୍ରକଟ କରିଛନ୍ତି।
ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି ଯେ, ଏହି ନିର୍ବାଚନରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର କର୍ମୀମାନେ ଏକାଠି ହୋଇଛନ୍ତି କାରଣ ଆମର ଉଦ୍ଦେଶ୍ୟ ହେଉଛି ସମ୍ବିଧାନକୁ ବଞ୍ଚାଇବା।
ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଅନେକ ବିଜେପି ନେତା ଖୋଲାଖୋଲି ଭାବେ କହିଛନ୍ତି ଯେ ସୁଯୋଗ ପାଇଲେ ସେମାନେ ସମ୍ବିଧାନ ପରିବର୍ତ୍ତନ କରିବେ।