Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

May 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସୁଚନା ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ୧୨୭ ଗୋଟି ରାସ୍ତା ଦୁର୍ଘଟଣା ଘଟି ୭୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଗତବର୍ଷ ଏହି ସମୟରେ ୧୪୭ ଟି ରାସ୍ତା ଦୁର୍ଘଟଣା ଘଟିଥିଲା।

ଯଦିଓ ଦୁର୍ଘଟଣା ହାର ଗତ ବର୍ଷ ଅପେକ୍ଷା କମିଛି କିନ୍ତୁ ମୃତ୍ୟୁହାର ଅଧିକ ରହିଛି ଏବଂ ଏହାର ମୁଖ୍ୟ କାରଣ ମଦ୍ୟପାନ କରି ଦୃତ ବେଗରେ ଗାଡ଼ି ଚଳାଇ ରାସ୍ତା ପାର୍ଶ୍ବ ବୃକ୍ଷ, ପୋଲ ବାଡ଼, ଡିଭାଇଡରରେ ପିଟି ହୋଇ ନିଜସ୍ବ ମୃତ୍ୟୁର ବାହାକ ହେଉଛନ୍ତି।

କମିଟି ରିପୋର୍ଟ ଅନୁଯାୟୀ ଛତିଗୁଡ଼ାରୁ ନର୍ଲା, ଛତିଗୁଡାରୁ କିଡ଼ିଂ, ବାନେରରୁ ଲଡୁ ଗାଁ, ଧର୍ମଗଡରୁ କୋକସରା (ତାରାପୁର ), ମୁଖିଗୁଡାରୁ ମହୁଲପାଟଣା ରାସ୍ତାର ଆବଶ୍ୟକ ମରାମତି ଏବଂ ଯଥାଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଏସ ଇ (ଆର୍ ଏଣ୍ଡ ବି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭବାନୀପାଟଣା ବାଇପାସ୍ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ଧିର ଗତିରେ ଚାଲୁଥିବାରୁ ଜିଲ୍ଲାପାଳ ଏହାର ୱାନ ୱେ ରାସ୍ତା ଶୀଘ୍ର ସଂପୂର୍ଣ୍ଣ କରି ଭାରି ଯାନ ପରିବହନ ପାଇଁ ଶୀଘ୍ର କାମ ସମାପନ କରିବାକୁ ଆର୍ ଏଣ୍ଡ ବି କୁ ନିର୍ଦ୍ଦେଶ ଦେଇଥିଲେ। କମିଟି ସଭ୍ୟ ରାସ୍ତା ଅବରୋଧ କୁ ହଟାଇବା, ରାସ୍ତା ମରାମତି, ଅବକାରୀ ବିଭାଗର ରାସ୍ତା ପାର୍ଶ୍ଵ ଦୋକାନର ମାଦକ ଦ୍ରବ୍ୟ ଚଢାଉ ଓ ଜବତ, ହେଲମେଟ ଓ ସିଟ୍ ବେଲଟ୍ ବାରମ୍ବାର ଚେକିଙ୍ଗ, ଦୃତ ଗତି ଫାଇନ୍, ଦୁର୍ଘଟଣା ପ୍ରବଣ ସ୍ଥାନ ଓ ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ ନିୟମ ଉଲଘଂନ କଲେ ସିସି ଟିଭି ଦ୍ଵାରା ଚାଲାଣ କାଟିବା, ମାଲ ପରିବହନ ଗାଡ଼ି ମାନଙ୍କରେ ଯାତ୍ରୀ ନେବା ଗାଡ଼ିକୁ ଜବତ କରିବା, ମଦ୍ୟପାନ କରି ଗାଡ଼ିଚାଳକଙ୍କୁ ବ୍ରେଥ ଏନାଲାଇଜର ଦ୍ବାରା ପରୀକ୍ଷା କରି ଫାଇନ୍ ଓ ଲାଇସେନ୍ସ ବାତିଲ ବ୍ୟବସ୍ଥା, ରାସ୍ତା ସଚେତନତା ଉପରେ ଗୁରୁତ୍ବ ଦେଲେ ଅନେକାଂଶରେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ମତ ଦେଇଥିଲେ।

ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟ ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ ଓ ସଚେତନତା କ୍ୟାମ୍ପ କରିବାକୁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଲକ୍ଷ୍ୟ ଧାର୍ଯ୍ୟ ୪ କୋଟି ୬୬ ଲକ୍ଷ ଉପରେ ପରିବହନ ବିଭାଗ ୪ କୋଟି ୩୩ ଲକ୍ଷ ରାଜସ୍ବ ଆଦାୟ କରିଛି ଯାହାକି ୯୩ ପ୍ରତିଶତ ବୋଲି ଆର୍ ଟି ଓ ଗୃହରେ ସୂଚନା ଦେଇଥିଲେ।

ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ସୋଲାର ବ୍ଲିଙ୍କର,ଗତି ସୀମା ବୋର୍ଡ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଗତ ଜାନୁୟାରୀ ରୁ ଏପ୍ରିଲ ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୪୨୮,ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୨୭, ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।

ବୈଠକରେ ଡି ପି ଏଚ ଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ( ସଦର) ଭବାନୀପାଟଣା, ଇ ଈ, ଏନ୍ ଏଚ, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/କେସିଙ୍ଗା,ଅବକାରୀ ଅଧିକ୍ଷକ, ଇ ଓ, ମ୍ୟୁନିସିପାଲଟି, ଭବାନୀପାଟଣା/ଏନ୍ ଏ ସି, କେସିଙ୍ଗା,କେସିଙ୍ଗା ଏବଂ ଜୁନାଗଡ ଟ୍ରକ ମାଲିକ ସଂଘ ସଭାପତି, ଓ ଏସ ଆର୍ ଟି ସି ଅଧିକାରୀ, ସଭ୍ୟ ସାମ୍ବାଦିକ ଶାନ୍ତନୁ ବେହେରା ଓ ଉମା ଶଙ୍କର କର,ଡି ଆଇ ପି ଆର୍ ଓ,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପି. ଅନ୍ୱେଷା ରେଡ୍ଡୀ ଭବାନୀପାଟଣା ସଡ଼କ ସୁରକ୍ଷା କମିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026
Latest News

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.