Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ଜୟନ୍ତ ସିହ୍ନାଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ, ଝାଡଖଣ୍ଡରେ ରାଜନୈତିକ ଉତ୍ତାପ ବୃଦ୍ଧି
ଆଜିର ଖବର

ସାଂସଦ ଜୟନ୍ତ ସିହ୍ନାଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ, ଝାଡଖଣ୍ଡରେ ରାଜନୈତିକ ଉତ୍ତାପ ବୃଦ୍ଧି

May 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହଜରିବାଗ ଆସନରେ ଭୋଟ୍ ସମାପ୍ତ ହେବା ମାତ୍ରେ ବିଜେପି ଏହି ଆସନରୁ ବର୍ତ୍ତମାନର ସାଂସଦ ଜୟନ୍ତ ସିହ୍ନାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନୂତନ ପ୍ରାର୍ଥୀ ଘୋଷଣା ପରେ ସେ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ, ଯେଉଁଥିରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରକାଶ ଯେ, ଏଥର ବିଜେପି ହଜାରୀବାଗ ଆସନରେ ଜୟନ୍ତ ସିହ୍ନାଙ୍କ ସ୍ଥାନରେ ମନୀଷ ଜୟସ୍ଵାଲଙ୍କୁ ପ୍ରାର୍ଥୀ କରିଛି। ଲଗାତାର ଦୁଇଥର ଏହି ଆସନରୁ ନିର୍ବାଚନ ଜିତି ଜୟନ୍ତ ସିହ୍ନା ସଂସଦରେ ପହଞ୍ଚିବାରେ ସଫଳ ହୋଇଥିଲେ।

ନିକଟରେ ତାଙ୍କ ପୁଅ ଆଶୀର ସିହ୍ନା କଂଗ୍ରେସରେ ଯୋଗ ଦେଇଥିଲେ। ଜୟନ୍ତ ସିହ୍ନାଙ୍କ ପିତା ଯଶୱନ୍ତ ସିହ୍ନା ୨୦୧୮ରେ ବିଜେପି ଛାଡି ସାରିଛନ୍ତି।

କାରଣ ଦର୍ଶାଅ ନୋଟିସରେ କ’ଣ ଲେଖାଯାଇଛି?:

ରାଜ୍ୟ ସାଧାରଣ ସମ୍ପାଦକ ଆଦିତ୍ୟ ସାହୁଙ୍କ ଦ୍ଵାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଆପଣଙ୍କର (ଜୟନ୍ତ ସିହ୍ନା) ମନୋଭାବ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏହି ଚିଠିରେ କୁହାଯାଇଛି, ଯେହେତୁ ଦଳ ମନୀଷ ଜୟସ୍ଵାଲଙ୍କୁ ହାଜରିବାଗ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିସାରିଛି, ଆପଣ ନିର୍ବାଚନ ପ୍ରଚାର କିମ୍ବା ସାଂଗଠନିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରୁନାହଁନ୍ତି। ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୟାକରି ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ।”

ଜୟନ୍ତ ସିହ୍ନା କ’ଣ କହିଥିଲେ?:

ସୂଚନାଯୋଗ୍ୟ ଯେ, ଟିକେଟ୍ ବଣ୍ଟନ ପୂର୍ବରୁ ଜୟନ୍ତ ସିହ୍ନା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଭାରତ ତଥା ବିଶ୍ଵର ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସେ ନିଜର ଉଦ୍ୟମକୁ ଧ୍ୟାନ ଦେବାକୁ ଚାହୁଁଛନ୍ତି।

ହଜରିବାଗ ଆସନରେ ଭୋଟ୍ ସଂଖ୍ୟା?:

ସୋମବାର ଝାଡଖଣ୍ଡର ତିନିଟି ଆସନରେ ମତଦାନ ହୋଇଥିଲା। ସମସ୍ତ ତିନୋଟି ଆସନରେ ମୋଟ ୬୩.୦୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ଚତରା ଲୋକସଭା ଆସନରେ ୬୨.୯୬ ପ୍ରତିଶତ, ହଜରିବାଗ ଆସନରେ ୬୪.୫୧ ପ୍ରତିଶତ ଏବଂ କୋଡରମା ଆସନରେ ୬୧.୮୬ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଥିଲା।

Elections 2024 Jayant Sinha Jharkhand News Lok Sabha Elections Lok Sabha Elections 2024
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025
Latest News

ଆଜିଠାରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.