ହେମନ୍ତ ସୋରେନଙ୍କୁ ଝଟକା: ଅନ୍ତରୀଣ ଜାମିନ ଦେବାକୁ ମନା କଲେ କୋର୍ଟ

Published: May 22, 2024, 1:19 pm IST

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି କୋର୍ଟ ଏହି ମାମଲାରେ ଲୋକସଭା ନିର୍ବାଚନ ସମ୍ପର୍କରେ ସୋରେନଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ଏହି ମାମଲାକୁ ଗ୍ରହଣ କରିଛନ୍ତି। ନିୟମିତ ଜାମିନ ଆବେଦନକୁ ଖାରଜ କରାଯାଇଛି, ତେଣୁ ଗିରଫ ହେବାର ଚ୍ୟାଲେଞ୍ଜ ଉପରେ ଶୁଣାଣି ପାଇଁ କୌଣସି ଆଧାର ନାହିଁ। ବରିଷ୍ଠ ଆଡଭୋକେଟ କପିଲ ସିବଲ ହେମନ୍ତ ସୋରେନଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଏବଂ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଏସ.ଭି ରାଜୁ ମଙ୍ଗଳବାର ଏବଂ ବୁଧବାର ଦିନ ଇଡି ପକ୍ଷରୁ ଯୁକ୍ତି ବାଢିଥିଲେ।

Related posts