ପିଶାଚ ପିତାର ନାରକୀୟ କାଣ୍ଡ : ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା

Published: Jun 24, 2019, 12:14 pm IST

ପିତା ସାଜିଲା ନର ରାକ୍ଷସ। ବାପା ନିଜ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଉଲକେଲାରେ। ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଘଟିଥିବା ଏହି ନାରକୀୟ ଘଟନା ଯୋଗୁଁ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ପାଂଚ ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରରେ ବାପା ନିଜ ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ଆସିଛି। ପରିବାରରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଲାଗିଥିଲା। ଦୁହିଁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏହି ମତାନ୍ତର କାରଣରୁ ନିଜ ପୁଅକୁ ଛୁରୀ ଭୁସି ମାରି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସାଧାରଣ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଂଚି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇଛି। ପୋଲିସ ପିଶାଚ ସାଜିଥିବା ଅଭିଯୁକ୍ତ ବାପା ଅନ୍ଦୁ ଓରାମକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Related posts