Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ୨୦୨୪: ରାଜସ୍ଥାନକୁ ୩୬ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ହାଇଦ୍ରାବାଦ
ଆଜିର ଖବର

ଆଇପିଏଲ୍ ୨୦୨୪: ରାଜସ୍ଥାନକୁ ୩୬ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ହାଇଦ୍ରାବାଦ

May 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ପରାସ୍ତ କରିଛି। ଏହା ସହିତ SRH ଆଇପିଏଲ୍ ୨୦୨୪ ର ଫାଇନାଲରେ ପହଞ୍ଚିଛି ଏବଂ ମେ ୨୬ ତାରିଖରେ ଟାଇଟଲ୍ ମୁକାବିଲାରେ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହିତ ମୁହାଁମୁହିଁ ହେବ। ଚେପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୭୫ ରନ୍ ସଂଗ୍ରହ କରିଥିଲା। ହେନ୍ରିଚ୍ କ୍ଲାସେନ୍ ପଚାଶ ସ୍କୋର କରିଥିବାବେଳେ ରାହୁଲ ତ୍ରିପାଠୀ ୧୫ ଟି ବଲରେ ୩୭ ରନ୍ ସଂଗ୍ରହ କରି SRH କୁ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଯେତେବେଳେ ରାଜସ୍ଥାନ ଦଳ ଟାର୍ଗେଟକୁ ପିଛା କରି ଯଶସ୍ଵୀ ଜୟସ୍ଵାଲଙ୍କ ବ୍ୟତୀତ ଦଳର ପୁରା ବ୍ୟାଟିଂ ଲାଇନ୍ ଅପ୍ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଜୟସ୍ୱାଲ ୨୧ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ ଏବଂ ଏହି ଇନିଂସରେ ସେ ୪ ଚୌକା ଓ ୩ ଛକା ମାରିଥିଲେ। ବିଶେଷକରି ଶାହବାଜ ଅହମ୍ମଦ ମଧ୍ୟଭାଗରେ ୩ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ପରିବର୍ତ୍ତନ କରିଥିଲେ।

୧୭୬ ରନ୍‌ର ପିଛା କରି ରାଜସ୍ଥାନ ରୟାଲ୍ସ ୨୪ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ଟମ କୋହଲର କ୍ୟାଡମୋର ୧୬ ଟି ବଲରେ ମାତ୍ର ୧୦ ରନ୍ ସ୍କୋର କରିଥିଲେ। ପାୱାରପ୍ଲେ ଶେଷ ହେବା ବେଳକୁ RR ଗୋଟିଏ ୱିକେଟ୍ ହରାଇ ୫୧ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ, ଯଶସ୍ଵୀ ଜୟସ୍ଵାଲ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ମଧ୍ୟରେ ୪୧ ରନର ଭାଗିଦାରୀ ହୋଇଥିଲା, କିନ୍ତୁ ଅଷ୍ଟମ ଓଭରରେ ଅବଦୁଲ ସମାଦଙ୍କ ଦ୍ଵାରା ୪୨ ରନ ସ୍କୋର କରି ଜୟସ୍ଵାଲ ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ସାମସନ୍ ମଧ୍ୟ ୧୦ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ୧୦ ଓଭରରେ ରାଜସ୍ଥାନର ସ୍କୋର ୩ ୱିକେଟ୍ ହରାଇ ୭୩ ରନ୍ ଥିଲା। ଦ୍ୱାଦଶ ଓଭରରେ ରିୟାନ୍ ପରାଗ (୬ ରନ୍) ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ (୦ ରନ୍) ୱିକେଟ୍ ଯିବା ପରେ ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୧୫ ଓଭରରେ RR ୬ ଟି ୱିକେଟ୍ ହରାଇବା ପରେ ୧୦୨ ରନ୍ ସଂଗ୍ରହ କରିଥିଲା ​​ଏବଂ ଜିତିବା ପାଇଁ ଦଳକୁ ୭୪ ରନ୍ ଆବଶ୍ୟକ ଥିଲା। ପରବର୍ତ୍ତୀ ୨ ଓଭରରେ ୨୧ ରନ୍ ଆସିଥିଲା, କିନ୍ତୁ ୧୮ ତମ ଓଭର SRH ର ବିଜୟ ପ୍ରାୟ ନିଶ୍ଚିତ କରିଥିଲା। ଟି ନଟରାଜନ ରୋଭମାନ ପାୱେଲଙ୍କୁ ୬ ରନ୍ ରେ ଆଉଟ କରିଥିଲେ ମଧ୍ୟ ଧ୍ରୁଭ ଜୁରେଲ କ୍ରିଜରେ ଥିଲେ। ଊନବିଂଶ ଓଭରରେ ୧୦ ରନ୍ ଆସିଥିଲା। ଯାହାପରେ ରାଜସ୍ଥାନ ଶେଷ ୬ ଟି ବଲରେ ୪୨ ରନ୍ ସ୍କୋର କରିବା ଅସମ୍ଭବ ଥିଲା। ଏହିପରି RR କେବଳ ୧୩୯ ରନ୍ ସ୍କୋର କରିପାରିଥିଲା। ଯାହା ଦ୍ଵାରା SRH ୩୬ ରନ୍ ରେ ମ୍ୟାଚ ଜିତିନେଇଥିଲା।

IPL Qualifier 2 IPL-2024 rajasthan royals SRH Vs RR sunrisers hyderabad
Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026
Latest News

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.