Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିତା ମାତାଙ୍କ ମହାନତା: ବ୍ରେନ୍‌ଡେଡ୍ ଶିଶୁର ଦାନ କଲେ ଅଙ୍ଗ
ଆଜିର ଖବର

ପିତା ମାତାଙ୍କ ମହାନତା: ବ୍ରେନ୍‌ଡେଡ୍ ଶିଶୁର ଦାନ କଲେ ଅଙ୍ଗ

May 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଜର ୨୧ ମାସର ଶିଶୁ ପୁତ୍ର ବ୍ରେନ୍‌ଡେଡ୍ ଘୋଷଣା ହେବା ପରେ ମହାନତା ଦେଖାଇଛନ୍ତି ତାର ପିତା ମାତା। ଦୁଃଖରେ ଭାଙ୍ଗିପଡ଼ିଛନ୍ତି ସତ, କିନ୍ତୁ ନିଜ ପୁଅର ଅଙ୍ଗ ପ୍ରଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିବାର ଉଦାରତା ଦେଖିବାକୁ ମିଳିଛି ଏହି ଦୁଃଖି ପିତାମାତାଙ୍କ ପାଖରେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ବ୍ରେନ୍‌ଡେଡ୍ ହୋଇଥିବା ଏହି ଶିଶୁର ଅଙ୍ଗଦାନର ନିଷ୍ପତି ନେଇ ଅନ୍ୟ ଦୁଇ ଜଣଙ୍କର ଜୀବନ ରକ୍ଷା କରାଯାଇ ପାରିଛି।

୨୦୨୨ ମସିହା ଜୁଲାଇ ମାସରେ ଜନ୍ମହୋଇଥିବା ଶିଶୁଟିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ସେ ଅସୁସ୍ଥ ହୋଇପଡ଼ିଥିଲା । ସେ ଅନେକ ଥର ହସ୍ପିଟାଲ୍ ଆସିବା ସହ ଚିକିତ୍ସିତ ହୋଇ ପୁଣି ଘରକୁ ଫେରୁଥିଲା ବୋଲି ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ଦେବସ୍ମିତା ରଥ କହିଛନ୍ତି।

ଶିଶୁଟି ୧୫ ଦିନ ତଳେ ମେନିନ୍‌ଜାଇଟିସ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲା। ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଦିନ ସେପ୍ଟିକ୍ ସକ୍ ହେବା ପରେ ଶିଶୁଟିକୁ ବ୍ରେନ୍‌ଡେଡ୍ ଘୋଷଣା କରାଯାଇଥିଲା।

ଶିଶୁଟି ବ୍ରେନ୍‌ଡେଡ୍ ହୋଇଯିବା ପରେ ତାର ଚିତ୍ରକର ପିତାମାତା ଗୌରୀଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀ ତାର ଅଙ୍ଗଗୁଡିକୁ ପ୍ରତ୍ୟାରୋପଣ ପାଇଁ ଅପେକ୍ଷାରତ ଥିବା ଅନ୍ୟ ରୋଗୀମାନଙ୍କୁ ପ୍ରଦାନ କରି ସେମାନଙ୍କ ଜୀବନ ବଂଚାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ଏହା ପରେ ହସ୍ପିଟାଲ୍ କର୍ତୃପକ୍ଷ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) କୁ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନ୍ୟାସନାଲ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ)କୁ ଯୋଗାଯୋଗ କରିଥିଲେ।

ଶିଶୁଟିର ଲିଭରକୁ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଆଣ୍ଡ ବିଲିଆରି ସାଇନସେସ୍ (ଆଇଏଲବିଏସ)ରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବା ବେଳେ ଦୁଇଟି କିଡ୍‌ନିକୁ ରାଜଧାନୀର ଏକ ହସ୍ପିଟାଲ୍‌ରେ ଆଉ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।

ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଟିମ୍ ଶିଶୁଟିର ଶରୀରରୁ ଲିଭରଟିକୁ କାଢ଼ି ଥିବାବେଳେ ଏଥି ନିମନ୍ତେ ପୋଲିସ୍ ହସ୍ପଟାଲ୍‌ରୁ ବିମାନବନ୍ଦର ଯିବା ରାସ୍ତାରେ ଏକ ଗ୍ରୀନ କରିଡର ପ୍ରସ୍ତୁତ କରିଥିଲା।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଂଡେଂଟ୍ (ଇନଚାର୍ଜ) ପ୍ରଫେସର (ଡାକ୍ତର) ରଚିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ଛୋଟ୍ ଶିଶୁର ଅଙ୍ଗ କଢ଼ାଯାଇ ଅନ୍ୟ କାହାର ଜୀବନ ବଂଚାଇବା ନିମନ୍ତେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି।

ଦୁଃଖରେ ଭାଙ୍ଗିପଡ଼ିଥିବା ଶିଶୁର ମାଆ ଶର୍ମିଷ୍ଠା କହିଛନ୍ତି ଯେ ଯଦିଓ ତାଙ୍କ ପୁଅ ତାଙ୍କ କୋଳରେ ନାହିଁ, କିନ୍ତୁ ଅନ୍ୟ କାହାର ଶରୀରରେ ତାଙ୍କ ପୁଅର ଅଙ୍ଗ ପ୍ରତ୍ୟାରୋପଣ କରାଗଲେ ଶିଶୁଟିକୁ ସେମାନେ ବଂଚିଥିବାର ଦେଖିପାରିବେ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ୨୦୨୨ ପରଠାରୁ ତୃତୀୟ ଥର ପାଇଁ ବ୍ରେନ୍‌ଡେଡ୍ ବ୍ୟକ୍ତିଙ୍କ ଶରରୀରୁ ଅଙ୍ଗ କଢ଼ାଯାଇ ପ୍ରତ୍ୟାରୋପଣ ପାଇଁ ବାହାରକୁ ପଠାଯାଇଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଧ୍ୟ ଦୁଇ ଜଣ ବ୍ରେନ୍‌ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ସହର ଗୁଡିକରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିଲା।

ସୋମବାର ଦିନ ଶିଶୁଟିକୁ ତାର ପୈତୃକ ବାସଭବନ ବାଲେଶ୍ୱରର ସୋରରେ ତାର ଅନ୍ତ୍ୟେଷ୍ଟି କ୍ରିୟା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବ।

BJP Ads
ଅଙ୍ଗ ଦାନ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025
BJP Ads
Latest News

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.