Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

May 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ବିଭାଗ ତରଫରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି।

ଶୁକ୍ରବାର ସକାଳେ ଏହି ଅବସରରେ ଏକ ସଚେତନା ର‌୍ୟାଲି ଆୟୋଜନ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିଜୋଫ୍ରେନିଆ ପରି ମାନସିକ ବ୍ୟାଧି ସହିତ ଲଢିବା ପାଇଁ ସମସ୍ତଙ୍କର ସାମାଜିକ ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ।

ସେହିପରି ମୁଖ୍ୟବକ୍ତା ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ (ଇନ୍‌ଚାର୍ଜ) ପ୍ରଫେସର (ଡାକ୍ତର) ରଚିତା ଷଡଙ୍ଗୀ ଏହି ରୋଗ ସହିତ ଜଡିତ ଅନ୍ଧବିଶ୍ୱାସ ତଥା ସାଧାରଣ ଜନତାଙ୍କ ମନରେ ଥିବା ରୋଗ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟିର ଜେନେରାଲ୍ ସେକ୍ରେଟାରୀ ପ୍ରଫେସର (ଡାକ୍ତର) ଅମ୍ରିତ ପଟ୍ଟଯୋଶୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ସାଇକିଆଟ୍ରି ବିଭାଗକୁ ପ୍ରଶଂସା କରି ଏହା ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ମାନସିକ ଚିକିତ୍ସା ବିଭାଗ ବୋଲି ମତ ରଖିଥିଲେ।

ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି (ଓଡିଶା ରାଜ୍ୟ ଶାଖା) ର ସଭାପତି ପ୍ରଫେସର (ଡାକ୍ତର) ରଜନୀକାନ୍ତ ଶୁକ୍ଳା ତଥା ଜେନେରାଲ୍ ସେକ୍ରେଟାରୀ ଡାକ୍ତର ଦେବଦତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜୋଫ୍ରେନିଆ ଜନିତ ସାମାଜିକ ଦାୟିତ୍ୱବୋଧ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ମାନସିକ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ କହିଥିଲେ ଯେ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ନିରନ୍ତର ଭାବରେ ସାଧାରଣ ଜନତାଙ୍କ ପାଇଁ ଉନ୍ନତରୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରି ଲୋକଙ୍କ ମନରେ ଭରସା ଯୋଗାଇ ପାରିଛି। ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗ ଓ ତା’ର ଚିକିତ୍ସା କ୍ଷେତ୍ରରେ ନୂତନ ବୈଷୟିକ ବିଦ୍ୟା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆଣିବ ବୋଲି ପ୍ରକାଶ କରିଥିଲେ।

ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସୌମ୍ୟରଂଜନ ଦାଶ, ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ମନିଷା ପଟ୍ଟନାୟକ ସିଜୋଫ୍ରେନିଆ ରୋଗର ବିଭିନ୍ନ ଦିଗ ଓ ତା’ର ସାମାଜିକ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ମିନତି ମିଶ୍ର ଏହି କ୍ଷେତ୍ରରେ ନର୍ସିଂ କର୍ମୀଙ୍କ ଯୋଗଦାନ ବିଷୟରେ କହିଥିଲେ। ଏହି ସଚେତନତା କାଯ୍ୟକ୍ରମରେ ସାଇକିଆଟ୍ରି ବିଭାଗର ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମୀୟ କୃଷ୍ଣ ସାହୁ , ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ, ଡାକ୍ତର ନିର୍ଲୀପ୍ତ ଦାଶ ଓ ଡାକ୍ତର ରୂପେଶ ସେନାପତି ଉପସ୍ଥିତ ଥିଲେ। ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ନିମନ୍ତେ ପରିବେଷିତ ନାଟକ ଏହି କାର୍ଯ୍ୟକ୍ରମରେ ଖୁବ୍ ଆଦୃତ ହୋଇଥିଲା। ଡାକ୍ତର ଲଗ୍ନଜୀତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ମଧ୍ୟ ଶୁକ୍ରବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି।

ଏହି ଦିବସ ପାଳନ ଅବସରରେ ଫୁଲନଖରା କ୍ୟାମ୍ପସରେ ସିଜୋଫ୍ରେନିଆ ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। କ୍ୟାମ୍ପସ୍‌ର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁଙ୍କ ତତ୍ୱାବଧାନରେ ଏହି ସଭା ଆୟୋଜନ କରାଯାଇଥିଲା। ଏଥିରେ ମାନସିକ ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅଭିଷେକ ସାମଲ୍‌, ଡାକ୍ତର ସାଇ ପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ସୁଚରିତା ମିଶ୍ର ଏବଂ ସିନିୟର ରେସିଡେଂଟ ଡାକ୍ତର ସୁମାଇଲା ଆସିଫ ପ୍ରମୁଖ ଯୋଗ ଦେଇ ସିଜୋଫ୍ରେନିଆ ଦିବସର ଉଦ୍ଦେଶ୍ୟ, ରୋଗର ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ସଭାରେ ସିଜୋଫ୍ରେନିଆ ରୋଗୀ ଓ ସେମାନଙ୍କ ପରିବାର ପ୍ରତି ଥିବା ସହଯୋଗର ପ୍ରତୀକ ରୂପେ ଡାକ୍ତରଖାନାର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ସିଲ୍‌ଭର ରିବନ୍ ପରିଧାନ କରିବା ସହ ସମସ୍ତଙ୍କୁ ସିଜୋଫ୍ରେନିଆ ରୋଗ ଉପରେ ଥିବା ସୂଚନା ପତ୍ର (ଇନ୍‌ଫର୍ମେସନ୍ ଲିଫ୍‌ଲେଟ୍‌) ବଂଟନ କରିଥିଲେ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତରମାନେ ମତ ବ୍ୟକ୍ତ କରିଥିଲେ। ଏହି ସଭାରେ କ୍ୟାମ୍ପସ୍‌ର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଫୁଲନଖରା କ୍ୟାମ୍ପସ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.