ବିହାରରେ ମସ୍ତିଷ୍କ ଜ୍ବର (ଆକ୍ୟୁଟ୍ ଇନସେଫାଲାଇଟିସ୍ ସିଣ୍ଡ୍ରୋମ)ରେ ପୀଡ଼ିତ ଶିଶୁଙ୍କ ମୃତ୍ୟୁ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ । ସୁପ୍ରିମ୍କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ପୀଡିତ ଶିଶୁଙ୍କ ଚିକିତ୍ସା ପାଇଁ ଦିଆଯାଉଥିବା ସୁବିଧା, ହସ୍ପିଟାଲର ବ୍ୟବସ୍ଥା, ପୋଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୭ ଦିନ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଂକ୍ରାନ୍ତୀୟ ଜବାବ ସୁପ୍ରିମ୍କୋର୍ଟରେ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଦ୍ଧିତ ଶିଶୁ ମୃତ୍ୟୁହାରକୁ ସୁପ୍ରିମକୋର୍ଟ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଶିଶୁ ମୃତ୍ୟୁକୁ ଏଭଳି ଜାରି ରଖାଯାଇ ପାରିବ ନାହିଁ । ସରକାରଙ୍କୁ ଏନେଇ ଜବାବ ଦେବାକୁ ପଡିବ । ରୋଗ ସହ ମୁକାବିଲା କରିବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ଶପଥପତ୍ର ଦାଖଲ କରନ୍ତୁ । ଏତଦ୍ ବ୍ୟତୀତ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଉପରେ ମଧ୍ୟ ରାଜ୍ୟ ସରକାର ଟିପ୍ପଣୀ ରଖିବେ । ଏହି ରୋଗରେ ବିହାରରେ ଏପର୍ଯ୍ୟନ୍ତ ୧୮୫ ଶିଶୁ ମୃତ୍ୟୁବରଣ କରି ସାରିଲେଣି ।
ବିହାର ଶିଶୁ ମୃତ୍ୟୁ ମାମଲା : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍କୋର୍ଟ
Published:
Jun 24, 2019, 1:12 pm IST
Tags: