ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଆଦର୍ଶ ଆଚରଣ ସଂହିତା (MCC) ଉଲ୍ଲଂଘନ ପାଇଁ ପିଡିପି ସଭାପତି ମେହବୁବା ମୁଫତି ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ମେହବୁବା ମୁଫତି କର୍ମୀମାନଙ୍କ ଗିରଫଦାରୀ ଅଭିଯୋଗରେ ମେ ୨୫ ତାରିଖ ଦିନ ବିଜବେହାରରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ମେହବୁବା ମୁଫତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ମେହବୁବା ମୁଫତି ଲେଖିଛନ୍ତି ଯେ, “ଏହା ଜାଣିବା ଆଶ୍ଚର୍ଯ୍ୟଜନକ ଯେ ଏମସିସି ଉଲ୍ଲଂଘନ କରି ମୋ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି। ସତ୍ୟ କହିବା ପାଇଁ ପିଡିପିକୁ ମୂଲ୍ୟ ମିଳିଛି। ସରକାରଙ୍କ ବିରୋଧରେ ଭୋଟ୍ ଦେବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସହ ମିଶି ଆମର ଶତାଧିକ ପୋଲିଂ ଏଜେଣ୍ଟ ଏବଂ ପିଡିପି କର୍ମୀଙ୍କୁ ଗିରଫ କରିବାର ଥିଲା।”
ମେହବୁବା ମୁଫତି ଆହୁରି ଲେଖିଛନ୍ତି ଯେ, ଏଥିରେ ବି ତାଙ୍କର ଇଚ୍ଛା ପୂରଣ ନହେବାରୁ ଆମର ଭୋଟରଙ୍କୁ ଆତଙ୍କିତ କରିବା ଏବଂ ସେମାନଙ୍କ ମତାଧିକାର ରୋକିବା ପାଇଁ ପିଡିପିର ପାରମ୍ପାରିକ ଗଡ଼ରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ଏଫ୍ଆଇଆର୍ ଲେଖାଯାଇଛି ଯେ, ମେ ୨୫ ତାରିଖରେ ମେହବୁବା ମୁଫତିଙ୍କ ନେତୃତ୍ୱରେ ପିଡିପି ନେତାମାନେ ବିଜବେହାରା ସହରରେ ଏକାଠି ହୋଇ ଦଳୀୟ କର୍ମୀଙ୍କୁ ମୁକ୍ତ କରିବାକୁ ଦାବି କରି ସ୍ଲୋଗାନ ଦେଇଥିଲେ, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଟେ। ପିଡିପି କର୍ମୀମାନେ ମୁଖ୍ୟ ରାସ୍ତା ଅବରୋଧ କରି ବିଜବେହାରର ମୁଖ୍ୟ କେନ୍ଦ୍ରରେ ଏକ ଘଣ୍ଟାରୁ ଅଧିକ ସମୟ ପ୍ରଦର୍ଶନ କରିଥିଲେ, ଯାହାକି ଅନନ୍ତନାଗ-ରାଜୌରୀରେ ପ୍ରଯୁଜ୍ୟ ଧାରା ୧୪୪ ର ଉଲ୍ଲଂଘନ ଅଟେ। ମେହବୁବା ମୁଫତି ଏବଂ ପୋଲିସ ଦ୍ୱାରା ଚିହ୍ନଟ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନ କରାଯାଇଛି।