ସୋଆ ରେଡ଼ିଓରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ

Published: May 31, 2024, 8:44 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଦ୍ୱାରା ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଯାଇଛି।

ଚଳିତ ବର୍ଷର ପ୍ରସଙ୍ଗ ‘ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’କୁ ନେଇ ରେଡ଼ିଓ ଷ୍ଟେସନ୍ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା।

ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟର ଯତ୍ନ ଏବଂ ମହିଳା ଓ ଝିଅ ମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରାଯାଇ ଏହି ଦିବସକୁ ପାଳନ କରାଯାଇଥାଏ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ରହି ବିଶ୍ୱ ବିଦ୍ୟାଳୟର ମହିଳା ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ ବଂଟନ କରିଥିଲେ।

ରେଡ଼ିଓ ଷ୍ଟେସନ୍‌ର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସଚେତନ କରିବା ସହ ଏହା ଦ୍ୱାରା ଋତୁସ୍ରାବକୁ ନେଇ ରହିଥିବା ଭୁଲ ଧାରଣାକୁ ଦୂର କରିବାରେ ସହାୟକ ହେବ।

ସୋଆ ରେଡ଼ିଓ ଷ୍ଟେସନ୍‌ର ରେଡ଼ିଓ ଜକି ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ, ଶୁଭଶ୍ରୀ ପାତ୍ର ଓ ଶୁଭଶ୍ରୀ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts