ରାୟଗଡା ବିଷମକଟକ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ବସ

Published: Jun 1, 2024, 4:42 pm IST

ଭୁବନେଶ୍ବର: ଆଜି ରାୟଗଡା ବିଷମ କଟକ ବସଷ୍ଟାଣ୍ଡରେ ବସଗୁଡିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ନିଆଁ ଏତେ ଜୋରରେ ଧରିଛି ଯେ, ସେଠାରେ ଏକ ଆତଙ୍କ ଖେଳିଯାଇଛି। ଖବର ଅନୁସାରେ ସେଠାରେ ବର୍ତ୍ତମାନ 4 ଟି ବସରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନିଆଁ ଏ ପର୍ଯ୍ୟନ୍ତ ଆୟତ ହୋଇ ନ ଥିବାର ଜଣାପଡିଛି।

ତେବେ ଏହି ବସରେ କୌଣସି ଯାତ୍ରୀ ନ ଥିଲେ। କାରଣ ବସଗୁଡିକ ଅପରାହ୍ନରେ ନିର୍ଦ୍ଧାରିତ ସ୍ଥାନକୁ ଯିବା ପାଇଁ ଷ୍ଟାଣ୍ଡରେ ରଖାଯାଇଥିଲା। ତେବେ ଯେଉଁ ଚାରିଟି ବସରେ ନିଆଁ ଲାଗିଛି ତାହା ଜଣେ ମାଲିକ କିରଣ କୁମାର ସାହୁଙ୍କର ବୋଲି ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Related posts