ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ଉପରେ କଂଗ୍ରେସ ପ୍ରତିକ୍ରିୟା ଦେଇ କହିଛି ଯେ, ଏହା ଠିକ୍ ନୁହେଁ। ପାର୍ଟି ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏହି ଏକଜିଟ୍ ପୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏବଂ ଜନସାଧାରଣଙ୍କ ନୁହେଁ।
କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏହା ଏକ ସରକାରୀ ଏକଜିଟ୍ ପୋଲ୍। ଏହା ହେଉଛି ପିଏମ ମୋଦୀଙ୍କ ଏକଜିଟ୍ ପୋଲ୍। ଜନତାଙ୍କ ଏକଜିଟ୍ ପୋଲ୍ ରେ ବିରୋଧୀ ଦଳ ୨୯୫ ଟି ଆସନ ପାଇବ। ବିରୋଧୀ ଦଳଙ୍କ ଗୋଟିଏ ସିଟ୍ ମଧ୍ୟ କମ ହେବ ନାହିଁ।
ସେ କହିଛନ୍ତି ଯେ, ଟିଭିରେ ଚାଲିଥିବା ଏକଜିଟ୍ ପୋଲ୍ ଏବଂ ଜନସାଧାରଣଙ୍କ ଏକଜିଟ୍ ପୋଲ୍ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବାସ୍ତବରେ, ଏପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ବିରୋଧୀ ଦଳ ‘ଇଣ୍ଡିଆ’ କୁ ଏକ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ସର୍ବାଧିକ ଆସନ ପାଉଥିବାର ଦେଖାଯାଉଛି।
ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..
ଇଣ୍ଡିଆ ଟିଭି ସିଏନଏକ୍ସ (୫୪୩/୨୮୭):
ଏନଡିଏ: ୧୮୪-୨୦୭
ଇଣ୍ଡିଆ: ୮୧-୧୦୪
ଅନ୍ୟ: ୦୩-୧୩
ଏବିପି ସିଭୋଟର (୫୪୩/୪୦୨):
ଏନଡିଏ: ୨୩୧-୨୭୫
ଇଣ୍ଡିଆ: ୧୨୨-୧୬୧
ଅନ୍ୟ: ୦୨-୧୦
ଜନ କୀ ବାତ୍ (୫୪୩):
ଏନଡିଏ: ୩୬୨-୩୯୨
ଇଣ୍ଡିଆ: ୧୪୧-୧୬୧
ଅନ୍ୟ: ୧୦-୨୦
ନିୟୁଜ ନେସନ (୫୪୩):
ଏନଡିଏ: ୩୪୨-୩୭୮
ଇଣ୍ଡିଆ: ୧୫୩-୧୬୯
ଅନ୍ୟ: ୨୧-୨୩
ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):
ଏନଡିଏ: ୩୫୩-୩୬୮
ଇଣ୍ଡିଆ: ୧୧୮-୧୩୩
ଅନ୍ୟ: ୪୩-୪୮
ଦୈନିକ ଭାସ୍କର (୫୪୩):
ଏନଡିଏ: ୨୮୧-୩୫୦
ଇଣ୍ଡିଆ: ୧୪୫-୨୦୧
ଅନ୍ୟ: ୩୩-୪୯
ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):
ଏନଡିଏ: ୩୭୧
ଇଣ୍ଡିଆ: ୧୨୫
ଅନ୍ୟ: ୪୭