ରାଜ୍ୟସଭାର ତିନୋଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ କେଶରୀ ଦେବ ଚଳିତ ଥର ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭାରେ ଖାଲି ଥିବା ତିନୋଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ତିନୋଟି ଆସନ ପାଇଁ ଉଭୟ ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡ଼ି ତରଫରୁ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ। ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରିଛି । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଯାଇଛି । ତେବେ ଏହାକୁ ନେଇ ପୁଣି କ୍ଷତିରେ ପଡ଼ିଛି ବିଜେଡ଼ି । ରାଜ୍ୟସଭା ଆସନ ବୁଝାମଣାରେ ବିଜେଡ଼ି କ୍ଷତି ସହିଛି । ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ କ୍ଷତିରେ ସହିଥିବା ବିଜେଡ଼ି ଅଶ୍ବିନୀଙ୍କୁ ୫ ବର୍ଷିଆ ସିଟ୍ ଛାଡ଼ି କ୍ଷତିକୁ ଦ୍ବିଗୁଣିତ କରିଛି । ୨୦୨୪ରେ ସରୁଥିବା ସୌମ୍ୟ ପଟ୍ଟନାୟକଙ୍କ ଜାଗାରେ ଅଶ୍ବିନୀ ଯାଉଥିବାବେଳେ ଅଚ୍ୟୁତ ସାମନ୍ତଙ୍କ ଜାଗାରେ ୨୦୨୪ ଯାଏଁ ଯାଉଛନ୍ତି ଅମର ପଟ୍ଟନାୟକ । ବିଜେଡ଼ି ମୁଖପାତ ସସ୍ମିତ ପାତ୍ର ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଉଛନ୍ତି । ୨୦୨୨ରେ ସରୁଥିବା ପ୍ରତାପ ଦେବଙ୍କ ଜାଗାରେ ରହିଛନ୍ତି ସସ୍ମିତ ।
ସରିଲା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ, କ୍ଷତିରେ ରହିଲା ବିଜେଡ଼ି !
Published:
Jun 24, 2019, 3:07 pm IST
Tags: