ଜେଲ୍‌ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

Published: Jun 24, 2019, 4:11 pm IST

ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ମାମଲାରେ ଜେଲ୍‌ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଆଜି ସକାଳୁ ପାଟଣାଗଡ଼ ପୋଲିସ୍‌ ଅଟକ ରଖି ପଚରାଉଚୁରା କରିଥିବାବେଳେ ତାଙ୍କୁ ଗିରଫ କରାଯାଇ ଏଡିଏଜଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ଶୁଣାଣି ଘୁଞ୍ଚିବା ପରେ ତାଙ୍କୁ ପାଟଣାଗଡ଼ ଜେଲ୍‌ ପଠାଯାଇଛି । କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀ କାଳୀନ ଆଦେଶ ବଳରେ ଜେଲ୍‌ ପଠାଇଛନ୍ତି । ଆସନ୍ତା ୧ ତାରିଖରେ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି କରାଯିବ । ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ  ବିଧାୟକ ସରୋଜ ମେହେରଙ୍କ ନାମରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ  ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା। ସରୋଜ ମେହେରଙ୍କ ଜେଇଙ୍କୁ ବସ୍‌ଉଠା କରିବା ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜୁନ୍‌ ୨୬ରେ ବିଧାନ ସଭା ଘେରାଉ କରିବାର ନିଷ୍ପତ୍ତି ନେଇଥିଲା । କିନ୍ତୁ  ଏବେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିଛି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।

 

Related posts