Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍କଟ ବିଜୟୀ ଦିବସରେ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ
ଆଜିର ଖବର

କର୍କଟ ବିଜୟୀ ଦିବସରେ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ

June 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ମହତ୍ସୋବ ପାଳିତ ହୋଇଛି। କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ନିଆରା ପ୍ରୟାସ ଅନୁଷ୍ଠିତ ହୋଇଛି।

ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ। କୋମଳ ମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା। ସୋମବାର ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖକର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ। ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି।

ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୁପେ ଅବସରପ୍ରାପ୍ତ ଏସ. ଇ ତଥା କର୍କଟ ଯୋଦ୍ଧା ଇଁ. ଗୋପାଳ କୃଷ୍ଣ ପଣ୍ଡା ଯୋଗଦେଇଥିବାବେକେ ଅନ୍ୟତମ ଅତିଥି ରୂପେ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରୀୟଜିତ୍ ଜେନା, ବିଶାଖପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡ. କାହୁଁ ଚରଣ ପାତ୍ର ଓ ଆମ୍ବପୁଆସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ ଈଂ ଜିତେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ।କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଇଁ ପଣ୍ଡା। କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତି ଥିବା ଯୋଦ୍ଧା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ।

କ୍ୟାନସର ରୋଗୀ ମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିଛନ୍ତି ମୁଖ କର୍କଟ ରୋଗୀ ଡଃ ଦାଶ। ଏହି ପରିପେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୫୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ “ଜୀବନ ଯୁଦ୍ଧରେ ବିଜୟୀ” ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନରେ କୋହ ସୃଷ୍ଟି କରି ପାରିଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ରାଜାରାମ ପାଢ଼ୀ , ସରୋଜ କୁମାର ସାହୁ,ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ, ମିନତୀ ପଟ୍ଟନାୟକ,ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ,ମାନସ ରଥ, ଏମ.ମାଧବ ପତ୍ର,ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଦେଇଥିଲେ।

'କ୍ରାନ୍ତି' କର୍କଟ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.