
ଭୁବନେଶ୍ଵର: ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଷଷ୍ଠ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୫୦୩୪ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୮୨ ଭୋଟ ମିଳିଛି। ଏବଂ କଂଗ୍ରେସକୁ ୧୪୩ ଟି ଭୋଟ ମିଳିଛି। ତେବେ ଷଷ୍ଠ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୪୫୨ ଭୋଟରେ ଆଗୁଆ ଅଛନ୍ତି।
ତେବେ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୩୦୧୪୧ ଭୋଟ ପାଇଥିବା ବେଳେ ରଘୁନାଥ ସାହୁଙ୍କୁ ୨୭୫୪୫ ଭୋଟ ମିଳିଛି। ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେଡ଼ି ଠାରୁ ବିଜେପି ୨୫୯୬ ଭୋଟରେ ଆଗୁଆ ରହିଛି।