ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଛି । ସ୍ବାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଗାଜିଆବାଦର ଯଶୋଦା ହସ୍ପିଟାଲ୍ରେ ଚିକିତ୍ସା ନିମେନ୍ତ ଭର୍ତ୍ତିକ କରାଯାଇଛି । କିଛି ଦିନ ହେବ ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି । ଏହା ପୂର୍ବରୁ ଜୁନ୍ ୧୦ରେ ମୁଲାୟମଙ୍କୁ ଗୋରଗାଓଁସ୍ଥିତ ମେଦାନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୁଲାୟମ୍ କିଛି ଦିନ ହେବ ଡାଇବେଟିସ୍ ଓ ହୃଦ୍ଜନିତ ସମସ୍ୟାରେ ପୀଡ଼ିତ ରହିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ମୁଲାୟମ୍ ମୈନପୁରୀ ଆସନରୁ ଜିତିଛନ୍ତି । ଚଳିତ ନିର୍ବାଚନରେ ସପା-ବସପା ମହାମେଣ୍ଟ କରି ନିର୍ବାଚନ ଲଢିଥିଲେ । ନିର୍ବାଚନ ଫଳାଫଳ ନୈରାଶ୍ୟଜନକ ରହିବା ପରେ ମାୟାବତୀ ଏହି ମେଣ୍ଟରୁ ଓହରିଯାଇଛନ୍ତି । ମାୟାବତୀ ସପାଠାରୁ ଦୂରେଇ ଯାଇ ଆସନ୍ତା ନିର୍ବାଚନରେ ଏକୁଟିଆ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି ।
Tags: