ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। କେନ୍ଦ୍ରରେ ସରକାର ଗଠନ ହେବା ସହିତ ଲୋକସଭାରେ କିଏ ବିରୋଧୀ ଦଳର ନେତା ହେବେ ସେନେଇ ଆଲୋଚନା ହେଉଛି। ଏହି ସମୟରେ ସୂସୂଚନା ମିଳିଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହୋଇପାରନ୍ତି।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ କଂଗ୍ରେସର ଦାୟିତ୍ୱ ତୁଲାଇବା ସହ ଲୋକସଭାରେ ବିରୋଧୀ ଦଳର ନେତା ହେବା ଉଚିତ୍। ଏନେଇ କଂଗ୍ରେସ ସାଂସଦମାନେ ଦାବି କରୁଥିବା ଜଣାପଡିଛି। ଖୁବ ଶୀଘ୍ର କଂଗ୍ରେସ ସଂସଦୀୟ ଦଳ ବୈଠକରେ ଲୋକସଭାରେ କଂଗ୍ରେସର ନେତା ବିଷୟରେ ନିଷ୍ପତ୍ତି ନିଆଯିବ। ସେପଟେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା (LOP) କରିବାକୁ କଂଗ୍ରେସ ସାଂସଦ ମାଣିକମ ଟାଗୋର ମଧ୍ୟ ଖୋଲାଖୋଲି ଭାବେ ଦାବି କରିଛନ୍ତି।
ମାଣିକାମ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ମୋର ନେତା ରାହୁଲ ଗାନ୍ଧୀଙ୍କ ନାମରେ ଭୋଟ୍ ମାଗିଛି। ଏଭଳି ପରିସ୍ଥିତିରେ ମୋର ବିଶ୍ୱାସ ଯେ ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସର ନେତା ହେବା ଉଚିତ୍। ମୁଁ ଆଶା କରୁଛି ଅନ୍ୟ କଂଗ୍ରେସ ସାଂସଦମାନେ ମଧ୍ୟ ମୋ ଭଳି ଭାବନ୍ତି। ଆସନ୍ତୁ ଦେଖିବା କଂଗ୍ରେସ ସଂସଦୀୟ ଦଳ କ’ଣ ନିଷ୍ପତ୍ତି ନେଉଛି।
ବାସ୍ତବରେ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ।