ନୂଆଦିଲ୍ଲୀ: ଆଜି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ ପାଇଁ ଦାବି ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହୋଇଛି ଏବଂ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୭ ଟା ୧୫ ମିନିଟରେ ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ବହୁ ବିଦେଶୀ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଧ୍ୟା ୭:୧୫ ରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇବେ, ଯାହା ସାରା ଦେଶରେ ସିଧା ପ୍ରସାରଣ ହେବ। ଏକ ସରକାରୀ ଘୋଷଣାନାମାରେ କୁହାଯାଇଛି ଯେ, “ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସନ୍ଧ୍ୟା ୦୭.୧୫ ରେ ଶପଥ ଗ୍ରହଣ କରାଇବେ।