ନୂଆଦିଲ୍ଲୀ: କାନାଡାର ଟରୋଣ୍ଟୋ ପିୟରସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଦୁର୍ଘଟଣା ଘଟିଛି। ଟେକ୍ ଅଫ୍ ହେବାର କିଛି ମିନିଟ୍ ପରେ ପ୍ୟାରିସ ଅଭିମୁଖେ ଯାଉଥିବା ଏକ ଏୟାର କାନାଡା ବିମାନରେ ନିଆଁ ଲାଗିଯାଇଛି। ଏହି ଏୟାର କାନାଡା ବିମାନ ୩୮୯ ଯାତ୍ରୀ ଏବଂ ୧୩ ଜଣ କର୍ମଚାରୀଙ୍କ ସହିତ ପ୍ୟାରିସ ଯାଉଥିଲା।
ଏହି ଘଟଣା ଜୁନ୍ ୫ ତାରିଖରେ ଟରୋଣ୍ଟୋରୁ ଏକ ବୋଇଙ୍ଗ-୭୭୭ ବିମାନ ଉଡ଼ାଣ ବେଳେ ଘଟିଥିଲା। ନିଆଁ ଲାଗିବା ପରେ ଗ୍ରାଉଣ୍ଡ କର୍ମଚାରୀଙ୍କ ଦ୍ୱାରା ଏକ ଭିଡିଓ ମଧ୍ୟ କରାଯାଇଥିଲା ଯେଉଁଥିରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖାଯାଇଛି। ବିମାନଟି ଉପରକୁ ଉଠିବା ମାତ୍ରେ ନିଆଁ ଲାଗିଯାଇଥିଲା। ଏସବୁ ମଧ୍ୟରେ ଭଲ କଥା ହେଲା ବିମାନଟି ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ବିଷୟରେ କୌଣସି ସୂଚନା ମିଳିନାହିଁ।
Tags: Air Canada, boing-777