ମେହୁଲ୍ ଚୋକସୀଙ୍କୁ ନେଇ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିବାକୁ ଯାଉଛି । ପିଏନ୍ବି ବ୍ୟାଙ୍କ ଘୋଟାଲର ଅଭିଯୁକ୍ତ ଭାରତ ଆସିବା ନେଇ ବାଟ ଫିଟିଯାଇଛି । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗୈଷ୍ଟନ୍ ବ୍ରାଉନ୍ ଚୋକସିଙ୍କ ନାଗରିକତା ରଦ୍ଦ କରିବା ନେଇ ବୟାନ ଦେଇଛନ୍ତି । ଭାରତ ତରଫରୁ ମେହୁଲ୍ ଚୋକସିଙ୍କ ନାଗରିକତ୍ବ ରଦ୍ଦ ତଥା ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ବାରମ୍ବାର ଚାପ ପକାଇ ଆସିଥିଲା । ୨୦୧୮ରେ ୧୩ ହଜାର କୋଟି ଟଙ୍କା ଆତ୍ମସାତ୍ କରି ଭାରତରୁ ପଳାୟନ କରି ଆଣ୍ଟିଗୁଆରେ ନାଗରିକତ୍ବ ଗ୍ରହଣ କରିଥିଲେ । ଆଣ୍ଟିଗୁଆ ସରକାର ଅପରାଧୀମାନଙ୍କୁ ସଂରକ୍ଷଣ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଚୋକସୀଙ୍କ ପାସପୋର୍ଟ ମଧ୍ୟ ଫେରାଇନିଆଯିବ ବୋଲି ସୂଚନା ରହିଛି । ପଳାତକଙ୍କୁ ବହୁତ ଶୀଘ୍ର ଭାରତ ଫେରାଇ ଆଣିବାରେ ସରକାର ବହୁ ସମୟ ଧରି ଉଦ୍ୟମ କରୁଥିବାବେଳେ ଏଥିରେ ଲାଭ ମିଳିବାକୁ ଯାଉଛି ।